28.1 C
Bhubaneswar
Thursday, March 28, 2024
Homeଅପରାଧମା’କୁ ପିଟି ପିଟି ମାରିଦେଲା ପୁଅ

ମା’କୁ ପିଟି ପିଟି ମାରିଦେଲା ପୁଅ

ସୁବର୍ଣ୍ଣପୁର : ମା’କୁ କାଠ ଫାଳିଆରେ ପିଟି ପିଟି ମାରିଦେଲା ପୁଅ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଂଘିଯୁବା ପଂଚାୟତ ଖଇରମାଲ ଗାଁ’ରେ । ମୃତ ବୃଦ୍ଧାଙ୍କ ନାମ ସତ୍ୟ ଭୋଇ । ତାଙ୍କୁ ୬୨ ବର୍ଷ ହୋଇଥିଲା । ଅଭିଯୁକ୍ତ ପୁଅର ନାମ ଗଣେଶ ଭୋଇ (୨୮) ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଆଜି ସକାଳେ ସତ୍ୟ ଭୋଇ ଦାନ୍ତ ଘଷିବା ପାଇଁ ଘରୁ ବାହାରିବା ବେଳେ ଗଣେଶ ଆକ୍ରମଣ କରିଥିଲା । ସେ ଏକ କାଠ ଫାଳିଆ ଆଣି ମୁଣ୍ଡକୁ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ସତ୍ୟଙ୍କ ମୁଣ୍ଡ ଫାଟି ରକ୍ତ ସ୍ରାବ ପ୍ରଚୁର ପରିମାଣରେ ବାହାରିଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଏ ନେଇ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ । ବିନିକା ପୁଲିସ ଘଟଣାରସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ପୁଅକୁ ଗିରଫ କରିଛି । ଅଭିଯୁକ୍ତର ମୁଣ୍ଡ ଠିକ୍ ନଥିବା କୁହାଯାଉଛି । ଗତ କିଛି ଦିନ ତଳେ ନିଜ ପତ୍ନୀଙ୍କୁ ବି ଆକ୍ରମଣ କରିଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking