29.1 C
Bhubaneswar
Thursday, July 4, 2024
Homeଦେଶ ବିଦେଶଭାରସାମ୍ୟ ହରାଇ ଟ୍ରକ୍ ସହ ପିଟି ହୋଇଗଲା ଜିପ୍, ୯ ଶ୍ରମିକ ମୃତ

ଭାରସାମ୍ୟ ହରାଇ ଟ୍ରକ୍ ସହ ପିଟି ହୋଇଗଲା ଜିପ୍, ୯ ଶ୍ରମିକ ମୃତ

କର୍ଣ୍ଣାଟକ : କର୍ଣ୍ଣାଟକରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୯ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି ଏବଂ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଛୋଟ ପିଲା ଥିବା ଜଣାପଡ଼ିଛି। ଖବର ମୁତାବକ, ଏହି ଦୁର୍ଘଟଣା ତୁମକୁର୍ ଜିଲ୍ଲାରେ ସିରା ଜାତୀୟ ରାଜପଥ ନିକଟରେ ହୋଇଛି। ଖବର ପାଇ ସ୍ଥାନୀୟ ଏସପି ରାହୁଲ କୁମାର ଘଟଣାସ୍ଥଳରେ ପହଞ୍ଚିଛନ୍ତି। କୁହାଯାଉଛି, ସମସ୍ତ ମୃତକ ଦିନ ମଜୁରିଆ ଥିଲେ। ସେମାନେ ବେଙ୍ଗାଲୁରୁ ଯାଉଥିବା ବେଳେ ଭୟଙ୍କର ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଶ୍ରମିକମାନଙ୍କୁ ନେଇ ଯାଉଥିବା ଜିପ୍ ହଠାତ୍ ଭାରସାମ୍ୟ ହରାଇ ଏକ ଟ୍ରକ୍ ସହ ପିଟି ହୋଇଯିବାରୁ ଘଟଣାସ୍ଥଳରେ ହିଁ ୯ ଜଣଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking