ଦିଲ୍ଲୀ : ଏମିତିବି ବିକୃତ ମାନସିକତାର ବ୍ୟକ୍ତି ଆମ ସମାଜରେ ଅଛନ୍ତି, ଯାହା ଜାଣିଲେ ତାଜୁବ ହେବେ 1 ଦିଲ୍ଲୀର ତିଲକ ନାଗର ଅଞ୍ଚଳରେ ଜଣେ 87 ବର୍ଷ ବୟସ୍କା ବୃଦ୍ଧାଙ୍କୁ ଯୌନ ନିର୍ଯାତନା ଦେବାକୁ ପଛାଇ ନାହାନ୍ତି ଅପରାଧୀ 1 ଜାଣିଲେ ଆହୁରି ଆଶ୍ଚର୍ଯ୍ୟ ହେବେ ଯେ ଏଭଳି ଏକ,ପୀଡିତା ବୃଦ୍ଧା ଜଣକ ଗତ ସାତ ମାସ ଧରି ଶଯ୍ୟାରେ ଅଛନ୍ତି।
ତାଙ୍କର ଗୋଟିଏ ଗୋଡ କାମ କରୁନାହିଁ 1 ଏପରି ଜଣେ ଅସହାୟ ବୃଦ୍ଧା ଙ୍କୁ ଯୌନ ନିର୍ଯାତନା ଦେବାକୁ କିପରି ଉଦ୍ୟମ କରାଗଲା ତାହା ଚିନ୍ତାଜନକ 1
ଅଭିଯୋଗ ହୋଇଛି ଯେ ଯିବାବେଳେ ଅଭିଯୁକ୍ତ ତାଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଚୋରି କରି ନେଇଛି । ପୀଡିତା ବୃଦ୍ଧା ଜଣକ ତାଙ୍କ ଝିଅ ସହିତ ତିଲକ ନାଗର ପୋଲିସ ଷ୍ଟେସନ ଅଂଚଳରେ ରୁହନ୍ତି,1 ତାଙ୍କ ଝିଅର ବୟସ 65 ବର୍ଷ |
ପରିବାର ସଦସ୍ୟ କହିଛନ୍ତି ଯେ ପୀଡିତା ମହିଳାଙ୍କ ଝିଅ ରବିବାର ଅପରାହ୍ନ ପ୍ରାୟ 12: 15 ରେ ଘର ପାଖରେ ଥିବା ପାର୍କକୁ ବୁଲିବାକୁ ଯାଇଥିଲେ ଏବଂ 1 ଟା 45 ମିନିଟରେ ଘରକୁ ଫେରିଥିଲେ 1 ସେ ନିଜ ମା’ଙ୍କ ନାକରୁ ରକ୍ତ ବାହାରୁଥିବା ଦେଖିଥିଲେ। ଆହତ ଅବସ୍ଥାରେ ତାଙ୍କ ମାଆଙ୍କୁ ଦେଖି ମହିଳା ଜଣକ ଭୟଭୀତ ହୋଇ ସଙ୍ଗେ ସଙ୍ଗେ ଆଖପାଖର ଲୋକ ଏବଂ ସମ୍ପର୍କୀୟଙ୍କୁ ଡାକି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଏହା ସହିତ ପୋଲିସକୁ ମଧ୍ୟ ସୂଚନା ଦିଆଯାଇଥିଲା।
।
ଦିଲ୍ଲୀ ପୋଲିସର ଅତିରିକ୍ତ ଡିସିପି ପ୍ରଶାନ୍ତ କହିଛନ୍ତି ଯେ ପୀଡିତା ଦେଇଥିବା ପ୍ରଥମ ଅଭିଯୋଗରେ କୁହାଯାଇଛି ଯେ ଗ୍ୟାସ ଚୁଲି ମରାମତି ନାମରେ ଜଣେ ବ୍ୟକ୍ତି ଘର ଭିତରକୁ ଆସିଥିଲେ 1 ସେ ବୋଧେ ଏଭଳି କାଣ୍ଡ ଘଟାଇ ବାହାରକୁ ଯିବାବେଳେ ସେ ମୋବାଇଲକୁ ନେଇ ଯାଇଛନ୍ତି ।
ଯେଉଁଥିପାଇଁ ଦିଲ୍ଲୀ ପୋଲିସ ଏଫ୍ଆଇଆର୍ ପଞ୍ଜିକରଣ କରି ତଦନ୍ତ ଆରମ୍ଭ କରିଛି ।