18.1 C
Bhubaneswar
Saturday, November 23, 2024
Homeକରୋନାବିଏସଏଫର ୮୫ ଯବାନ କରୋନା ପଜେଟିଭ

ବିଏସଏଫର ୮୫ ଯବାନ କରୋନା ପଜେଟିଭ

ନୂଆଦିଲ୍ଲୀ: ବର୍ଡର ସିକ୍ୱିରିଟି ଫୋର୍ସ (ବିଏସଏଫ)ର ଆଉ ୮୫ ଜଣ ଯବାନଙ୍କ ଟେଷ୍ଟ ରିପୋର୍ଟ ପଜେଟିଭ ଆସିଛି । ସେହିପରି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳରେ ମଧ୍ୟ କୋଭିଡ ୧୯ ରେ ସଂକ୍ରମଣ ସଂଖ୍ୟା ୪୦୦ ପାଖାପାଖି ପହଂଚିଛି । କେନ୍ଦ୍ରୀୟ ଅର୍ଦ୍ଧ ସୈନିକ ବଳରେ ମୋଟ ୩୮୩ ଜଣ ଯବାନ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ବିଏସଏଫର ୧୫୨ ଜଣ ରହିଛନ୍ତି । ତେବେ ସଂକ୍ରମିତ କର୍ମୀମାନଙ୍କ ମଧ୍ୟରେ ୧୪୬ ଜଣ ସିଆରପିଏଫର, ଆଇଟିବିପିର ୪୫ ଜଣ , ସିଆଇଏସଏଫର ୧୫ ଜଣ ଏବଂ ଆଉ ୧୩ ଜଣ ଏସଏସବିର ବୋଲି ସୂଚନା ମିଳିଛି । ଗତ ସପ୍ତାହେ ଧରି ସିଏପିଏଫରେ କରୋନା ସଂକ୍ରମଣ ବଢୁଥିବାରୁ ଏବେ ଚିନ୍ତା ବଢିଛି । ସେଥିପାଇଁ ସେମାନଙ୍କୁ ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ କାର୍ଯ୍ୟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୨ ମେ ରେ ତ୍ରିପୁରାରେ ୨ ଜଣ ବିଏସଏଫ ଯବାନ କରୋନା ପଜେଟିଭ ବୋଲି ଚିହ୍ନଟ ହୋଇଥିଲେ । ପରେ ସେହି ବାଟାଲିୟନରୁ ଆଉ ୧୨ ଜଣ ପଜେଟିଭ ବାହାରିଥିଲେ । ଏହିଭଳି ଭାବରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସମଗ୍ର ଭାରତରେ ଏବେ କରୋନା କାୟା ମେଲାଇ ଚାଲିଛି । ଗତ ୨୪ ଘଣ୍ଟା ଭିତରେ କରୋନା ଭାଇରସର ୨୯୫୮ଟି ନୂଆ ମାମଲା ଆସିଥିବା ବେଳେ ୧୨୬ ଜଣଙ୍କର ମୁଣ୍ଡ ନେଇଛି ମହାମାରୀ କରୋନା । ତେବେ ମଙ୍ଗଳବାର ଅନୁସାରେ, ଏହା ସାମାନ୍ୟ କମ୍ ରହିଥିବା ସୂଚନା ମିଳିଛି । ଦେଶରେ ଏବେ ମୋଟ ୪୯୩୯୧ ଜଣ କରୋନାରେ ସଂକ୍ରମିତ ରହିଛନ୍ତି । ଏବଂ କୋଭିଡ ୧୯ରେ ଏବେ ଦେଶରେ ମୋଟ ୧୬୯୪ ଜଣଙ୍କର ମୃତ୍ୟୁ ହୋଇସାରିଛି । ୩୩୫୧୪ ଟି ଆକ୍ଟିଭ କେସ ରହିଥିବା ବେଳେ ୧୪୧୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking