ମୁମ୍ବାଇ: କେନ୍ଦ୍ର ସରକାର ମେ’ ତୃତୀୟ ସପ୍ତାହରୁ ଦେଶରେ ୨୦୦୦ ଟଙ୍କିଆ ନୋଟ୍ର ପ୍ରଚଳନ ବନ୍ଦ କରିଦେଇଛନ୍ତି । ଅବଶ୍ୟ ବ୍ୟାଙ୍କରେ ୨୦୦୦ ଟଙ୍କିିଆ ନୋଟ୍ ଜମା କରିବା କିମ୍ବା ବଦଳାଇବା ପାଇଁ ଲୋକଙ୍କୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସମୟସୀମା ଦିଆଯାଇଛି । ଜୁନ୍ ୭ ସୁଦ୍ଧା ଏହି ପ୍ର୍ରକ୍ରିୟାକୁ ତର୍ଜମା କରାଯିବାପରେ ଜଣାପଡିଛି ଯେ ୮୦ ପ୍ରତିଶତ ଲୋକ ୨୦୦୦ ଟଙ୍କିଆ ନୋଟ୍କୁ ନିଜର ଆକାଉଣ୍ଟରେ କେବଳ ଜମା କରୁଥିବାବେଳେ ଅବଶିଷ୍ଟ ଗ୍ରାହକ ଏହି ନୋଟ୍ ବଦଳାଉଥିବା ଲକ୍ଷ୍ୟ କରାଯାଇଛି ।
ବନ୍ଦ ଘୋଷଣା ସମୟରେ ଦେଶରେ ୩.୬ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ ପ୍ରଚଳିତ ହେଉଥିଲା । ମେ’ ୨୩ରୁ ଏହି ପ୍ରକ୍ରିୟା ଆରମ୍ଭ ହେବାର ଏକ ସପ୍ତାହ ମଧ୍ୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ୧୭୦ ବିଲିୟନ ଟଙ୍କା ମୂଲ୍ୟର ୨୦୦୦ ଟଙ୍କିଆ ନୋଟ ଗ୍ରହଣ କରିଥିବା ଜଣାପଡିଛି ।
ଏଥିରୁ ୮୨ ପ୍ରତିଶତ ନୋଟ ଆକାଉଣ୍ଟରେ ଜମା ହୋଇଥିବାବେଳେ ଅବଶିଷ୍ଟ ବଦଳ କରାଯାଇଛି । ବ୍ୟାଙ୍କ ଅଫ୍ ବରୋଦା, ୟୁନିୟନ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ମଧ୍ୟ ୮୦ରୁ ୯୦ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ ଜମା କରାଯାଇଥିବା ସେମାନେ କହିଛନ୍ତି । ମେ’ ୩୦ ସୁଦ୍ଧା କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ୩୦ ବିଲିୟନ ଟଙ୍କାର ଏଭଳି ନୋଟ ସଂଗ୍ରହ କରାଯାଇଛି ।