33.1 C
Bhubaneswar
Saturday, October 5, 2024
Homeଅପରାଧବୁଲିବାକୁ ଯାଇଥିବା ବେଳେ ମା-ଝିଅଙ୍କୁ ଅପହରଣ କରିଦେନଲେ ହମସା ଆତଙ୍କୀ, ଉଦ୍ଧାର ପାଇଁ ସମ୍ପର୍କୀୟ କରୁଛନ୍ତି...

ବୁଲିବାକୁ ଯାଇଥିବା ବେଳେ ମା-ଝିଅଙ୍କୁ ଅପହରଣ କରିଦେନଲେ ହମସା ଆତଙ୍କୀ, ଉଦ୍ଧାର ପାଇଁ ସମ୍ପର୍କୀୟ କରୁଛନ୍ତି ଗୁହାରି

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଇସ୍ରାଏଲରେ ଏବେ ଅନେକ ବିଦେଶ ନାଗରିକ ଫସି ରହିଛନ୍ତି। କିଛି ରାଷ୍ଟ୍ରର ନାଗରିକଙ୍କର ଏହି ଯୁଦ୍ଧରେ ମୃତ୍ୟୁ ହୋଇଯାଇଛି। ୯ ଜଣ ଆମେରିକୀୟ ନାଗରିକ, ୧୦ ଜଣ ବ୍ରିଟେନର ନାଗରିକ ଓ ଥାଇଲାଣ୍ଡର ୧୨ଜଣ ନାଗରିକଙ୍କ ଇସ୍ରାଏଲରେ ମୃତ୍ୟୁ ହୋଇଥିବାବେଳେ ୧୧ ଜଣଙ୍କୁ ଅପହରଣ କରାଯାଇଛି। ଅନ୍ୟ ୮ ଜଣ ଥାଇଲାଣ୍ଡ ନାଗରିକ ଆକ୍ରମଣରେ ଆହତ ହୋଇଥିବା ଖବର ମିଳିଛି। ଏଭଳି ପରିସ୍ଥିତିରେ ଆମେରିକାର ମା’ ଓ ଝିଅ ବି ଇସ୍ରାଏଲରେ କେଉଁଆଡେ ନିଖୋଜ ହୋଇଯାଇଛନ୍ତି, ତାହାର କୌଣସି ସୂଚନା ମିଳି ପାରୁନାହିଁ। ନିଖୋଜ ଥିବ‌ା ମା’ଙ୍କ ନାମ ଜୁଡ଼ିଥ ‌ରୈନନ(୫୯ବର୍ଷ) ଓ ଝିଅଙ୍କ ନାମ ନତାଲି ରୈନନ(୧୮ବର୍ଷ) ବୋଲି ଜଣାପଡ଼ିଛି।
ମା’ ଜୁଡ଼ିଥ ଓ ଝିଅ ନତାଲିଙ୍କ ସମ୍ପର୍କୀୟ ଇସ୍ରାଏଲରେ ବସବାସ କରନ୍ତି। ତେଣୁ ଦୁହେଁ ଛୁଟି କାଟିବା ପାଇଁ ସମ୍ପର୍କୀୟଙ୍କ ଘରକୁ ଇସ୍ରାଏଲ ଯାଇଥିଲେ। କିନ୍ତୁ ଏବେ ଦୁହିଁଙ୍କର କୌଣସି ପତ୍ତା ମିଳୁନାହିଁ। ଯୁଦ୍ଧ ପରଠାରୁ ମା’ ଓ ଝିଅଙ୍କ ସହିତ କୌଣସି ପ୍ରକାର ଯୋଗାଯୋଗ ହୋଇପାରୁନାହିଁ।
ନତାଲି ଓ ଜୁଡିଥଙ୍କୁ ହମାସ ଆତଙ୍କବାଦୀମାନେ ଅପହରଣ କରି ନେଇ ଯାଇଛନ୍ତି। ଦୁହେଁ ଗତ ଶନିବାର ଠାରୁ ନି‌ଖୋଜ ଅଛନ୍ତି। ‌ଯେଉଁ ସମୟରେ ଇସ୍ରାଏଲରେ ଆକ୍ରମଣ ହୋଇଥିଲା ମା’ ଓ ଝିଅ ନାହଲ ଓଜରେ ଥିଲେ। ଏହି ଅଞ୍ଚଳ ଗାଜା ସୀମା ଠାରୁ ୧.୫କିଲୋମିଟର ଦୂରରେ ଅବସ୍ଥିତ। ଏଠାରେ ହିଁ ହମାସ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ।
ମା’ ଓ ଝିଅଙ୍କ ପାଇଁ ଆମେରିକା ଠାରୁ ଆରମ୍ଭ କରି ଇସ୍ରାଏଲରେ ଥିବା ତାଙ୍କ ସମ୍ପର୍କୀୟମାନେ ନତାଲି ଓ ଜୁଡିଥଙ୍କୁ ଜୀବିତ ଉଦ୍ଧାର କରିବା ପାଇଁ ସରକ‌ାରଙ୍କୁ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking