18.1 C
Bhubaneswar
Friday, November 22, 2024
Homeଦେଶ ବିଦେଶସିକ୍କିମର ପ୍ରଳୟଙ୍କାରୀ ବନ୍ୟାରେ ଓଡିଶାରୁ ୮ ଜଣ ନିଖୋଜ

ସିକ୍କିମର ପ୍ରଳୟଙ୍କାରୀ ବନ୍ୟାରେ ଓଡିଶାରୁ ୮ ଜଣ ନିଖୋଜ

ସିକ୍କିମ : ସିକ୍କିମର ପ୍ରଳୟଙ୍କାରୀ ବନ୍ୟା ସବୁ କିଛି ନଷ୍ଟ କରିଦେଇଥିବା ବେଳେ ଅନେକ ଜୀବନ ନେଇଛି । ଓଡିଶାରୁ ମଧ୍ୟ ୮ ଜଣ ନିଖୋଜ ଅଛନ୍ତି । ଢେଙ୍କାନାଳର ୫ଜଣଙ୍କ ସମେତ ୮ ଜଣ ସାଙ୍ଗ ସିକ୍କିମ ଯାଇଥିଲେ କିନ୍ତୁ ବନ୍ୟା ପରେ ସେମାନଙ୍କର କୌଣସି ଖୋଜ ଖବର ମିଳିପାରିନାହିଁ । ସେମାନଙ୍କ ମଧ୍ୟରେ ଅଛନ୍ତି ଢେଙ୍କାନାଳ ଜିଲ୍ଲା ସିମିନଇରୁ ଜଣେ, ଆଙ୍କରାନ୍ତିପୁର ଗାଁର ଭାଇ ଭଉଣୀ , କାଣ୍ଡବିନ୍ଧା ଗାଁର ଜଣେ ,ଢେଙ୍କାନାଳ ସହରର ଜଣେ ଅଛନ୍ତି । ସେହିଭଳି କଟକର ଚୌଦ୍ବାରରୁ ମଧ୍ୟ ଗୋଟେ ଦମ୍ପତି ନିଖୋଜ ଅଛନ୍ତି । ଭୁବନେଶ୍ୱରରୁ ମଧ୍ୟ ଜଣେ ନିଖୋଜ ଅଛନ୍ତି । ଶିକ୍କିଂ ବନ୍ୟାରେ କେତେ ଘର ଉଜୁଡ଼ିଛି ବର୍ତ୍ତମାନ କହିବା ଅସମ୍ଭବ । ଓଡ଼ିଶାର ବୀର ପୁଅ ସରୋଜ ମଧ୍ୟ ସହିଦ ହୋଇଛନ୍ତି । ପ୍ରଳୟଙ୍କାରୀ ବନ୍ୟାରେ ଆର୍ମି ଟେଣ୍ଟ ଭାସିଯାଇଥିଲା ଯେଉଁଥିରେ ଥିବା ଯବାନ ମଧ୍ୟ ଭାସିଯାଇଥିଲେ । ପରେ ସର୍ଚ୍ଚ ଅପରେସନ ଜାରି ରହିଥିଲା । ଖୋଜ ଖୋଜି ପରେ ସରୋଜଙ୍କ ପାର୍ଥିବ ଶରୀର ମିଳିଥିଲା ଏବଂ ପରେ ସ୍ୱତନ୍ତ୍ର ବିମାନ ଯୋଗେ ଓଡିଶା ପଠାଯାଇଥିଲା । ଆର୍ମି ଦ୍ୱାରା ଗାର୍ଡ ଅଫ ଅନର ଦିଆଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ । ଏହା ପରେ ତାଙ୍କୁ ତାଙ୍କ ଜନ୍ମ ମାଟିକୁ ନିଆଯାଇ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ହେଲେ ବଡ କଥା ହେଉଛିକି ବର୍ତ୍ତମାନ ସୁଦ୍ଧା ୮ ଜଣ ଓଡ଼ିଆ ନିଖୋଜ ଅଛନ୍ତି । ସେମାନଙ୍କ ସହ ଯୋଗାଯୋଗ ମଧ୍ୟ ସମ୍ଭବ ହୋଇପାରୁନି । କିନ୍ତୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking