30.1 C
Bhubaneswar
Friday, February 13, 2026
Homeଦେଶ ବିଦେଶବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା ୮ କାଉଡିଆଙ୍କ ଜୀବନ

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା ୮ କାଉଡିଆଙ୍କ ଜୀବନ

ବିହାର : ଡିଜେ ଗାଡି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା ୮ କାଉଡିଆଙ୍କ ଜୀବନ। ବିହାରର ବୈଶାଲି ଜିଲ୍ଲା ହାଜିପୁରରୁ ପାଣି ନେଇ ଆସିବାବେଳେ ଏଭଳି ଅଘଟଣ ଘଟିଛି। ଏଥିରେ ୮ ଜଣ କାଉଡିଆଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୬ରୁ ଅଧିକ କାଉଡିଆଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକମାନେ ଗୋଟିଏ ଗାଁର ଓ ସେମାନଙ୍କ ବୟସ ୧୫ରୁ ୨୦ ବର୍ଷ ମଧ୍ୟରେ ବୋଲି ଜଣାଯାଇଛି। ରବିବାର ରାତିରେ କାଉଡ଼ିଆମାନେ ପାଣି ଉଠାଇବା ଲାଗି ପହଲେଜା ଘାଟ ଅଭିମୁଖେ ଯାଉଥିଲେ। ଏହି ସମୟରେ କାଉଡ଼ିଆମାନେ ଡିଜେ ବଜାଇ ତାହାର ତାଳେ ତାଳେ ଆଗେଇ ଚାଲିଥିଲେ। ହଠାତ୍‌ ଡିଜେଟି ଏକ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲା। ଫଳରେ ତାହା ନିକଟରେ ଯାଉଥିବା କାଉଡ଼ିଆମାନେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲେ । ଫଳରେ ଘଟଣାସ୍ଥଳରେ ୮ଜଣ କାଉଡିଆଙ୍କର ମୃତ୍ୟୁ ଘଟିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking