34.5 C
Bhubaneswar
Tuesday, April 7, 2026
Homeଓଡିଶାନୂଆ ଓ ପାଇଁ ୮ଟି ବିଭାଗ ପାଣ୍ଠି ଯୋଗାଇଛନ୍ତି

ନୂଆ ଓ ପାଇଁ ୮ଟି ବିଭାଗ ପାଣ୍ଠି ଯୋଗାଇଛନ୍ତି

ଭୁବନେଶ୍ୱର: ନୂଆ-ଓ ଯୋଜନାରେ ୮ଟି ବିଭାଗ ସେମାନଙ୍କ ଅଧିନରେ ଥିବା ମହାବିଦ୍ୟାଳୟମାନଙ୍କୁ କାର୍ଯ୍ୟକ୍ରମ କରିବାପାଇଁ ପାଣ୍ଠି ଯୋଗାଇ ଦେଇଥିଲେ । ଏଥିରେ ଉପକୃତ ହୋଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାର ସବିଶେଷ ତଥ୍ୟ ସେହିସବୁ ବିଭାଗରୁ ସଂଗ୍ରହ କରାଯାଉଛି । ନୂଆ-ଓ ଯୋଜନାରେ ହୋଇଥିବା ଖର୍ଚ୍ଚ ଓ ଉପକୃତ ଛାତ୍ରଛାତ୍ରୀଙ୍କ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

ମନ୍ତ୍ରୀ ଦର୍ଶାଇଛନ୍ତି ଯେ ନୂଆ ଓ ପାଇଁ ଯେଉଁ ୮ଟି ବିଭାଗ ପାଣ୍ଠି ପ୍ରଦାନ କରିଥିଲେ ସେମାନଙ୍କ ମଧ୍ୟରେ ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଅନୁସୂଚିତ ଜାତି, ଅନୁସୂଚିତ ଉପଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ, କ୍ରୀଡା ଓ ଯୁବସେବା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, କୃଷି ଓ କୃଷକ ସଶକ୍ତିକରଣ ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ରହିଛି । ଶିକ୍ଷାନୁଷ୍ଠାନଗୁଡିକରେ କ୍ରୀଡା, ସଂସ୍କୃତି ଓ ସାଂସ୍କୃତିକ କାର୍ଯ୍ୟ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତାମାନ ଆୟୋଜନ କରିବା ନିମନ୍ତେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୯୪କୋଟି ୫୮ଲକ୍ଷ ଲକ୍ଷ ୨୦ହଜାର ୪୫୮ ଟଙ୍କା ଉପରୋକ୍ତ ୮ଟି ବିଭାଗ ବ୍ୟୟ କରିଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking