16.1 C
Bhubaneswar
Saturday, January 11, 2025
Homeଓଡିଶା୭୯୪ ଶିକ୍ଷକଙ୍କ ମେଡିକାଲ ଟେଷ୍ଟ ହେବ

୭୯୪ ଶିକ୍ଷକଙ୍କ ମେଡିକାଲ ଟେଷ୍ଟ ହେବ

ଭୁବନେଶ୍ୱର : ରାଜ୍ୟର ୭୯୪ଜଣ ଶିକ୍ଷକଙ୍କ ମେଡିକାଲ ପରୀକ୍ଷା ହେବ । ୨୦୨୨ରେ ଏହି ଶିକ୍ଷକମାନେ ବଦଳି ପାଇଁ ଆବେଦନ କରିଥିଲେ । କେଉଁ ସ୍ୱାସ୍ଥ୍ୟଗତ କାରଣ ଯୋଗୁ ସେମାନେ ବଦଳି ଚାହୁଁଛନ୍ତି, ତାହା ଜାଣିବା ପାଇଁ ସେମାନଙ୍କର ଆସନ୍ତା ୧୪ତାରିଖରୁ ମେଡିକାଲ ପରୀକ୍ଷା ହେବ । ସେପ୍ଟେମ୍ବର ୧୪, ୧୫,୨୧, ୨୨, ୨୮, ୨୯, ଅକ୍ଟୋବର ୧୨ ଓ ୧୩ରେ ଏହି ପରୀକ୍ଷା କଟକ ବକ୍ସିବଜାର ସ୍ଥିତ ପୁରୁଣା ସେକ୍ରେଟେରିଏଟ କ୍ୟାମ୍ପସରେ ଥିବା ଜିଲା ସ୍ୱାସ୍ଥ୍ୟ ଭବନରେ ଅନୁଷ୍ଠିତ ହେବ । ପ୍ରତିଦିନ ଶହେ ଜଣ ଶିକ୍ଷକଙ୍କ ଏହି ପରୀକ୍ଷା ହେବାକୁ ଥିବା ବେଳେ ଶେଷଦିନ ଅର୍ଥାତ୍ ଅକ୍ଟୋବର ୧୩ରେ ୯୪ଜଣ ଶିକ୍ଷକଙ୍କ ପରୀକ୍ଷା ହେବ ।

ଶିକ୍ଷକମାନେ ସେଠାରେ ସକାଳ ୯ଟା ସୁଦ୍ଧା ପହଞ୍ôଚବେ । ଚିକିତ୍ସା ହେଉଥିବା ସମସ୍ତ ରିପୋର୍ଟର ଅରିଜିନାଲ କପି ଏବଂ ସେଲ୍‌ଫ ଆଟେଷ୍ଟେଡ କପି ନେବା ପାଇଁ କୁହାଯାଇଛି । ସେହିପରି ପରିଚୟ ପତ୍ର, ଫଟୋ, ୭୨ଘଣ୍ଟା ଭିତେର କରୋନା ଆର୍‌ଟିପିସିଆର ନେଗେଟିଭ ଟେଷ୍ଟ ରିପୋର୍ଟ କିମ୍ବା ସମ୍ପୂର୍ଣ୍ଣ କୋଭିଡ୍ ଟିକା ନେଇଥିବା ସାର୍ଟିଫିକେଟ ସାଙ୍ଗରେ ନେବା ପାଇଁ କୁହାଯାଇଛି । ଏ ନେଇ କଟକ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରାଥମିକ ଶିକ୍ଷା ନିଦ୍ଦେର୍ଶାଳୟକୁ ଚିଠି ଲେଖି ଅବଗତ କରାଇଛନ୍ତି । ଏ ନେଇ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତଜିଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀ, ଡିପିସି ଓ ଏସ୍‌ଏସ୍‌ଙ୍କୁ ଉପଯୁକ୍ତ ପଦେକ୍ଷପ ନେବା ପାଇଁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking