30.1 C
Bhubaneswar
Saturday, May 18, 2024
Homeଓଡିଶାନୂଆସାହିରେ ଶ୍ରୀ ବିନାୟକ ୟୁଥ୍ ଆସୋସିଏସନ ତରଫରୁ ୭୫ତମ ସ୍ବାଧୀନତା ଦିବସ ପାଳନ

ନୂଆସାହିରେ ଶ୍ରୀ ବିନାୟକ ୟୁଥ୍ ଆସୋସିଏସନ ତରଫରୁ ୭୫ତମ ସ୍ବାଧୀନତା ଦିବସ ପାଳନ

ଭୁବନେଶ୍ବର : ଭୁବନେଶ୍ବର ମହାନଗର ନିଗମ ନୟାପଲ୍ଲୀ ୱାର୍ଡ଼ ନଂ ୩୯ ଅଧୀନରେ ଥୀବା ନୂଆସାହିର ଶ୍ରୀ ବିନାୟକ ୟୁଥ୍ ଆସୋସିଏସନ ତରଫରୁ ଆସୋସିଏସନର ସଭାପତି ତଥା ଯୁବନେତା ଦେବବ୍ରତ ମହାନ୍ତିଙ୍କ ସଭାପତିତ୍ବରେ ୭୫ତମ ସ୍ବାଧୀନତା ଦିବସ ସ୍ଥାନୀୟ ପୋଷ୍ଟ ଅଫିସ ଛକ ଠାରେ ପାଳନ କରାଯାଇଛି । ଏହି ମହତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ରୂପେ ଜଟଣୀର ମାନ୍ୟବର ବରିଷ୍ଠ ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ ଏବଂ ସମ୍ମାନୀତ ଅତିଥୀ ରୂପେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ଉପ-ସଭାପତି ଶ୍ରୀଯୁକ୍ତ ଅଭିଳାଷ ମାଣିଆ ମହୋଦୟ ଯୋଗଦେଇ ଥୀଲେ । ଆସୋସିଏସନ ତରଫରୁ ଦିଲ୍ଲିପ ନାୟକ, ଜୀବନ କୁମାର ଦାସ,ବାଦଲ ପରିଡ଼ା,ସିଲୁ ନାୟକ ଉପସ୍ଥିତ ଉଭୟ ଅତିଥୀଗଣଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତରୀୟ ଦେଇ ସମ୍ବଦ୍ଧିତ କରିଥୀଲେ ।

ବରିଷ୍ଠ ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ ଜାତୀୟ ପତକା ଉତଳନ କରିଥୀଲେ ଏବଂ ଉପସ୍ଥିତ ଅତିଥୀଗଣ, ଜନସାଧାରଣ, ଆସୋସିଏସନର ସମସ୍ତ କର୍ମକର୍ତ୍ତାଙ୍କ ସହ ସାହିର ଛୋଟ ଛୋଟ ଛାତ୍ର ଛାତ୍ରୀ ଗଣ ଏକ ସ୍ବରରେ ଜାତୀୟ ସଂଙ୍ଗୀତ ଗାନ କରିଥୀଲେ । ଉଭୟ ଅତିଥୀଗଣ ଅଭିଭାଷଣରେ ସ୍ବାଧୀନତା ଦିବସର ଏକ ପବିତ୍ର ମୁହୂର୍ତ୍ତରେ ସମାଜର ଉନ୍ନତି, ଦଳଗତ ନିର୍ବିଶେଷରେ ମାଟିର ଉନ୍ନତି ସହ ଭାଇଚାରା ବଜାୟ ରଖିବା ପାଇଁ ଆହ୍ବାନ ଦେଇ ମିଷ୍ଠାନ ବଣ୍ଟଣ କରିଥୀଲେ । ଆସୋସିଏସନର ମନୋଜ ବେହେରା, ବିଶ୍ବଜିତ ସାହୁ,ବିକାଶ ମହାନ୍ତି,ଅନିକେତ ବେହେରା,ମନୋରଞନ ପରିଡ଼ା,ସତ୍ୟବ୍ରତ ପ୍ରଧାନ,ମିଥୁନ ବେହେରା,ମନୋଜ,ସୁରଜ,ଚୁଚୁଙ୍କ ସମେତ ଆସୋସିଏସନର ସମସ୍ତ କର୍ମକର୍ତ୍ତା ସାମିଲ ହୋଇଥୀଲେ ଏବଂ ପରିଶେଷରେ ଏକ ତୀରଙ୍ଗା ଜାତ୍ରା ଦ୍ବାରା ନୂଆସାହି ପରିଭ୍ରମନ କରିଥୀଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking