ଭୁବନେଶ୍ୱର: ରାଜ୍ୟରେ ଟିକାର ଅଭାବ ଦର୍ଶାଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । ଦୁଇ ଦିନ ଭିତରେ ଟିକା ନଆସିଲେ ଟିକାକରଣ ବାଧାପ୍ରାପ୍ତ ହେବ । ଟିକା ଅଭାବରୁ ଗତକାଲି ଟିକାକରଣ ବାଧାପ୍ରାପ୍ତ ହୋଇଛି । କାଲି ୨ ଲକ୍ଷ ଡୋଜ୍ ଲକ୍ଷ୍ୟ ଥିଲା । ଅଭାବରୁ ୧ ଲକ୍ଷ ୧୦ ହଜାର ଦିଆଯାଇଛି । ୪ ଲକ୍ଷ ୩୫ ହଜାର ୩୨୦ ଡୋଜ୍ କୋଭିସିଲ୍ଡ ରହିଛି, ୨ ଦିନରେ ସରିଯିବ । ୧ ଲକ୍ଷ ୧୪ ହଜାର ୪୯୦ ଡୋଜ୍ କୋଭାକ୍ସିନ ଅଛି, ୧୦ ଦିନରେ ସରିବ । ଆଗାମୀ ୧୦ ଦିନ ପାଇଁ ୨୫ ଲକ୍ଷ ଡୋଜ୍ ଟିକାର ଆବଶ୍ୟକତା ରହିଛି । କାଲି ୭୦୦ ଟିକାକରଣ କେନ୍ଦ୍ର ବନ୍ଦ ହୋଇଛି । କୋରାପୁଟ ଜିଲ୍ଲାରେ ପୂରା ବନ୍ଦ । ୧୧ରୁ ୱାର୍କ ପ୍ଲେସରେ ଭ୍ୟାକ୍ସିନେସନ ନେଇ କେନ୍ଦ୍ରର ନିର୍ଦ୍ଦେଶ ରହିଛି । ରାଜ୍ୟରେ କିଛି ଟିକା ଗଚ୍ଛିତ ରଖାଯାଇଛି କି ବୋଲି ପଚରାଯିବାରୁ ନିର୍ଦ୍ଦେଶକ କହିଛନ୍ତି ଯେ ଆଦୌ ନାହିଁ। କେନ୍ଦ୍ର ସରକାର ଟିକା ଗଚ୍ଛିତ କରି ନରଖିବାକୁ କହିଛନ୍ତି। ତା’ସହିତ ତାଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଟିକା ମହଜୁଦ ଥିବା କହିଛନ୍ତି। ଟିକାକୁ ଗଚ୍ଛିତ ନ ରଖି କୋଲ୍ଡ ଚେନ୍ରେ ବାଣ୍ଟି ଦେବାକୁ କେନ୍ଦ୍ର ସରକାର କହିଛନ୍ତି। ରାଜ୍ୟ ଦୈନିକ ୨.୫ ଲକ୍ଷ ହିସାବରେ ୧୦ ଦିନ ପାଇଁ ୨୫ ଲକ୍ଷ ଡୋଜ ଟିକା ଆବଶ୍ୟକ କରୁଛି। ଟିକା ପହଞ୍ଚିଲେ ପୁନର୍ବାର ଫୁଲ୍ ଦମ୍ରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ।