28.1 C
Bhubaneswar
Friday, September 20, 2024
Homeଦେଶ ବିଦେଶପରୀକ୍ଷା ସମୟରେ ଛାତ୍ରୀମାନଙ୍କୁ ହିଜାବ ପିନ୍ଧିବାକୁ ଅନୁମତି ଦେଇ ୭ ଶିକ୍ଷକ ନିଲମ୍ବିତ

ପରୀକ୍ଷା ସମୟରେ ଛାତ୍ରୀମାନଙ୍କୁ ହିଜାବ ପିନ୍ଧିବାକୁ ଅନୁମତି ଦେଇ ୭ ଶିକ୍ଷକ ନିଲମ୍ବିତ

ବାଙ୍ଗାଲୁର: ପରୀକ୍ଷା ସମୟରେ ଛାତ୍ରୀମାନଙ୍କୁ ହିଜାବ ପିନ୍ଧିବାକୁ ଅନୁମତି ଦେଇଥିବାରୁ କର୍ଣ୍ଣାଟକର ୭ ଜଣ ଶିକ୍ଷକଙ୍କୁ ବୁଧବାର କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । କର୍ଣ୍ଣାଟକର ଗଡାଗ ଜିଲ୍ଲାର ୭ ଜଣ ଶିକ୍ଷକ ଏସ୍‌ଏସ୍‌ଏଲ୍‌ସି ପରୀକ୍ଷା ସମୟରେ ଛାତ୍ରୀମାନଙ୍କୁ ହିଜାବ ପିନ୍ଧିବାକୁ ଅନୁମତି ଦେଇଥିବାରୁ ନିଲମ୍ବିତ କରାଯାଇଥିବା ଜାଣିବାକୁ ମିଳିଛି । ଗଡାଗର ସିଏସ୍ ପାଟିଲ ବାଳକ ଉଚ୍ଚ ବିଦ୍ୟାଳୟ ଏବଂ ସିଏସ୍ ପାଟିଲ ବାଳିକା ଉଚ୍ଚ ବିଦ୍ୟାଳୟରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏହି ଘଟଣାରେ ଦୁଇ ଜଣ ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି । ସୂଚନାଯୋଗ୍ୟ, ମାର୍ଚ୍ଚ ୧୫ରେ କର୍ଣ୍ଣାଟକ ହାଇକୋର୍ଟର ତିନି ଜଣିଆ ଖଣ୍ଡପୀଠ କର୍ଣ୍ଣାଟକ ବିଦ୍ୟାଳୟ ଭିତରେ ହିଜାବ ଉପରେ ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରି ଆଗତ ହୋଇଥିବା ସମସ୍ତ ଆବେଦନକୁ ଖାରଜ କରିଦେଇଥିଲେ । ଅଦାଲତ ରାୟ ଦେଇଥିଲେ ଯେ ହିଜାବ ପିନ୍ଧିବା ଇସଲାମର ନୀତି ନିୟମ ଅଧୀନରେ ଆସେ ନାହିଁ । ତେଣୁ ହିଜାବ ଉପରେ ପ୍ରତିବନ୍ଧକ ଯୁକ୍ତିଯୁକ୍ତ ଏବଂ ଛାତ୍ରୀମାନେ ଏହାକୁ ବିରୋଧ କରିପାରିବେ ନାହିଁ । ଅନ୍ୟପକ୍ଷରେ କର୍ଣ୍ଣାଟକର ଉଡୁପି ଜିଲ୍ଲାର ୪୦ ଜଣ ମୁସଲମାନ ଛାତ୍ରୀଙ୍କୁ ହିଜାବ ପିନ୍ଧିବା ପାଇଁ ଅନୁମତି ନ ମିଳିବାରୁ ସେମାନେ ପରୀକ୍ଷା ବର୍ଜନ କରିଥିବା ଜାଣିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking