17.1 C
Bhubaneswar
Saturday, January 11, 2025
Homeଦେଶ ବିଦେଶରାଜସ୍ୱ ନିଅଣ୍ଟ ବାବଦ ୬ଷ୍ଠ ମାସିକିଆ ଅନୁଦାନ: ୧୪ ରାଜ୍ୟକୁ କେନ୍ଦ୍ର ଦେଲା ୭୧୮୩ କୋଟି

ରାଜସ୍ୱ ନିଅଣ୍ଟ ବାବଦ ୬ଷ୍ଠ ମାସିକିଆ ଅନୁଦାନ: ୧୪ ରାଜ୍ୟକୁ କେନ୍ଦ୍ର ଦେଲା ୭୧୮୩ କୋଟି

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ମଙ୍ଗଳବାର ରାଜସ୍ୱ ନିଅଣ୍ଟ ବାବଦ ୬ଷ୍ଠ ମାସିକିଆ କିସ୍ତିରେ ୧୪ଟି ରାଜ୍ୟକୁ ୭୧୮୩.୪୨ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି । ଏହି ରାଜ୍ୟଗୁଡିକ ହେଲା ଆନ୍ଧ୍ରପ୍ରଦେଶ, ଆସାମ, ହିମାଚଳ ପ୍ରଦେଶ, କେରଳ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପଞ୍ଜାବ, ରାଜସ୍ଥାନ, ସିକ୍କିମ, ତ୍ରିପୁରା, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗ । ୧୫ଶ ଅର୍ଥ କମିଶନଙ୍କ ସୁପାରିସକୁ ଆଧାର କରି ଏହି ରାଜ୍ୟଗୁଡିକୁ ଅନୁଦାନ ପ୍ରଦାନ କରାଯାଇଛି । ୨୦୨୨-୨୩ ଆର୍ôଥକବର୍ଷ ପାଇଁ ଅର୍ଥ କମିଶନ ରାଜସ୍ୱ ନିଅଣ୍ଟ ବାବଦରେ ୧୪ଟି ରାଜ୍ୟକୁ ମୋଟ ୮୬,୨୦୧ କୋଟି ଟଙ୍କା ଦେବାକୁ ସୁପାରିସ କରିଛନ୍ତିି ।

୧୨ଟି ମାସିକିଆ କିସ୍ତିରେ ଏହି ରାଜ୍ୟଗୁଡିକ ଅନୁଦାନ ପାଇବେ ବୋଲି ଜଣାପଡିଛି । ଷଷ୍ଠ ମାସିକିଆ କିସ୍ତିକୁ ମିଶାଇ ଏପର୍ଯ୍ୟନ୍ତ ଏହି ୧୪ଟି ରାଜ୍ୟ ମୋଟ ୪୩,୧୦୦.୫୦ କୋଟି ଟଙ୍କା ପାଇସାରିଲେଣି । ସମ୍ବିଧାନର ଧାରା ୨୭୫ ଅନୁଯାୟୀ କ୍ଷମତା ହସ୍ତାନ୍ତରୀକରଣ ପ୍ରକ୍ରିୟା ପରବର୍ତ୍ତୀ ରାଜସ୍ୱ ନିଅଣ୍ଟ ପ୍ରଦାନ କରାଯାଇଥାଏ । ଏଭଳି ଅନୁଦାନ ପାଇବା ଫଳରେ ସଂପୃକ୍ତ ରାଜ୍ୟଗୁଡିକ ସେମାନଙ୍କର ରାଜସ୍ୱ ଆକାଉଣ୍ଟ୍‌ସରେ ଥିବା ବ୍ୟବଧାନକୁ ସଙ୍କୁଚିତ କରିପାରିବେ । ପ୍ରତ୍ୟେକ ରାଜ୍ୟର ରାଜସ୍ୱ ଓ ଖର୍ଚ୍ଚକୁ ସମୀକ୍ଷା କରାଯିବାପରେ କେଉଁ ରାଜ୍ୟ ଏହା ପାଇବାକୁ ହକ୍‌ଦାର, ସେ ସମ୍ପର୍କରେ ଅର୍ଥ କମିଶନ ଏଭଳି ସୁପାରିସ କରିଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking