31.1 C
Bhubaneswar
Sunday, May 19, 2024
Homeଓଡିଶା୬କେଜି ଗଞ୍ଜେଇ ଜବତ ; ୧ ଗିରଫ

୬କେଜି ଗଞ୍ଜେଇ ଜବତ ; ୧ ଗିରଫ

ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡା ପୋଲିସ ପକ୍ଷରୁ ଚଢାଉ କରାଯାଇ ୬କେଜି ଗଞ୍ଜେଇ ଜବତ କରାଯାଇଛି । ଏଥି ସହିତ ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ସମ୍ପୃକ୍ତ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି l  ପୋଲିସ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ବେଳେ ଲଣ୍ଡାଗାଁ ପଟରୁ ଆସୁଥିବା ଏକ ବାଇକକୁ ସିନ୍ଧୁଗୋରା ଛକରେ ପୋଲିସ ଅଟକାଇଥିଲା l ପୋଲିସକୁ ଦେଖି ବାଇକ ଚାଳକ ଫେରାର ହୋଇଥିବା ବେଳେ ବାଇକରେ ବସିଥିବା ବ୍ୟକ୍ତି ନିକଟରୁ ଗଞ୍ଜେଇ ମିଳିଥିଲା l ଜବତ ଗଞ୍ଜେଇ ଓଜନ କରିବାରୁ ୬ କେଜି ବୋଲି ପୋଲିସ ସୂତ୍ରରୁ ଜଣାପଡିଛି l ଗିରଫ ବ୍ୟକ୍ତି ଜଣକ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଖମନଖୋଲ ଗାଁର ବାସିନ୍ଦା ବୋଲି ଜଣାପଡିଛି ଲ ଏନେଇ ପୋଲିସ ୫୯ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ଏଥିସହ ଏହି ଘଟଣାର ସତ୍ୟତା ଜାଣିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking