18.1 C
Bhubaneswar
Friday, December 27, 2024
Homeଦେଶ ବିଦେଶକେରଳରେ ହୋଟେଲ ଖାଦ୍ୟ ଖାଇ ୬୮ ଅସୁସ୍ଥ

କେରଳରେ ହୋଟେଲ ଖାଦ୍ୟ ଖାଇ ୬୮ ଅସୁସ୍ଥ

କୋଚି : କେରଳର ଏର୍ଣ୍ଣାକୁଲମ ଜିଲ୍ଲା ଅନ୍ତର୍ଗତ ପାରାଭୁର ସହରରେ ଗୋଟିଏ ହୋଟେଲରେ ଖାଦ୍ୟ ଖାଇବାପରେ ୬୮ ଜଣ ଅସୁସ୍ଥ ହୋଇପଡିଥିବା ଜଣାପଡିଛି । ଖାଇବାପରେ ସେମାନେ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇପଡିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଏର୍ଣ୍ଣାକୁଲମ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପୀଡିତମାନେ ସୋମବାର ସନ୍ଧ୍ୟାରେ ଉକ୍ତ ହୋଟେଲରେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥିଲେ । ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ଉକ୍ତ ହୋଟେଲ ପରିଦର୍ଶନ କରି ସେଦିନ ପ୍ରସ୍ତୁତ କରାଯାଇଥିବା ଖାଦ୍ୟ ସମ୍ପର୍କରେ ସୂଚନା ସଂଗ୍ରହ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking