26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶହାମାସ୍‌କୁ ଘୃଣା କରନ୍ତି ୬୭% ଗାଜାବାସୀ

ହାମାସ୍‌କୁ ଘୃଣା କରନ୍ତି ୬୭% ଗାଜାବାସୀ

ପ୍ରିନ୍ସଟନ: ଅକ୍ଟୋବର ୭ରେ ଇସ୍ରାଏଲ୍ ଉପରେ ବର୍ବର ଆକ୍ରମଣ ପୂର୍ବରୁ ମଧ୍ୟ ଅନେକ ଗାଜାବାସୀ ହାମାସକୁ ଘୃଣା କରୁଥିଲେ । କେତେକ ଏହାର ଶାସନକୁ ଦ୍ୱିତୀୟ ‘କବ୍‌ଜା’ ଭାବେ ବର୍ଣ୍ଣନା କରିଛନ୍ତି । ଜଣେ ଆମେରିକା-ପାଲେଷ୍ଟାଇନ୍ ଗବେଷକଙ୍କ ଦ୍ୱାରା ବିଶ୍ଳେଷଣ କରାଯାଇଥିବା ମତଦାନ ତଥ୍ୟରୁ ଏହା ଜଣାପଡ଼ିଛି । ଏହି ଆକ୍ରମଣ ପରେ ହୋଇଥିବା ବିରୋଧ ପ୍ରଦର୍ଶନ ପୃଷ୍ଠଭୂମିରେ ହାମାସ୍ ଏବଂ ସାଧାରଣ ଗାଜାବାସୀଙ୍କ ମଧ୍ୟରେ ସମ୍ପର୍କର ଏହି ଫଳାଫଳ ବିଶେଷ ଉଲ୍ଲେଖନୀୟ । ପ୍ରିନ୍ସଟନ୍ ସ୍କୁଲ୍ ଅଫ୍ ପବ୍ଲିକ୍ ଆଣ୍ଡ୍ ଇଣ୍ଟରନାସନାଲ୍ ଆଫେୟାର୍ସର ଡିନ୍ ଅମାନେ ଜମାଲ୍ କହିଛନ୍ତି, ସର୍ଭେରୁ ଜାଣିବାକୁ ପାଇଛୁ ଯେ ଆକ୍ରମଣ ପୂର୍ବରୁ ଗାଜାର ୬୭ ପ୍ରତିଶତ ପାଲେଷ୍ଟାଇନ୍ ନାଗରିକଙ୍କର ହମାସ ଉପରେ ସାମାନ୍ୟତମ ବିଶ୍ୱାସ ନଥିଲା ।

ଏହା ବିଶେଷ ଭାବରେ ଗୁରୁତ୍ୱପୂର୍ଣ୍ଣ । ଗାଜାବାସୀ ହାମାସ୍‌କୁ ସମର୍ଥନ କରନ୍ତି, ତେଣୁ ହାମାସ୍‌ର ଅତ୍ୟାଚାର ପାଇଁ ଗାଜା ଉତ୍ତରଦାୟୀ ହେବା ଉଚିତ ବୋଲି ଯୁକ୍ତି କରାଯାଉଥିଲା । ୱାଶିଂଟନ୍ ଏବଂ ଇୟୁ ଦ୍ୱାରା ଆତଙ୍କବାଦୀ ଘୋଷିତ ହାମାସ୍‌କୁ ଅନେକ ଉତ୍ତରଦାତା ଦୁର୍ନୀତିଗ୍ରସ୍ତ ଏବଂ ଏକଛତ୍ରବାଦୀ ବୋଲି କହିଥିଲେ । ୭୫% ମତଦାତା କହିଛନ୍ତି, ଗତ ୩୦ ଦିନ ହେଲା ସେମାନେ ପରିବାରକୁ ଖାଦ୍ୟ ଯୋଗାଇପାରି ନାହାନ୍ତି । ହାମାସ୍ ନେତୃତ୍ୱାଧୀନ ସରକାରର କେତେକ ସ୍ତରରେ ଦୁର୍ନୀତି ରହିଥିବା ଏହା ଦର୍ଶାଉଛି ବୋଲି ଜମାଲ୍ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking