27.1 C
Bhubaneswar
Thursday, February 29, 2024
Homeଦେଶ ବିଦେଶ୨୦୧୬ ସାଂପ୍ରଦାୟିକ ଦଙ୍ଗା ମାମଲା; କଂଗ୍ରେସ ବିଧାୟକ ଜିଗ୍ନେଶ ନିର୍ଦ୍ଦୋଷରେ ଖଲାସ

୨୦୧୬ ସାଂପ୍ରଦାୟିକ ଦଙ୍ଗା ମାମଲା; କଂଗ୍ରେସ ବିଧାୟକ ଜିଗ୍ନେଶ ନିର୍ଦ୍ଦୋଷରେ ଖଲାସ

ଅହମ୍ମଦାବାଦ: ୨୦୧୬ରେ ଗୁଜରାଟରେ ଘଟିଥିବା ସାଂପ୍ରଦାୟିକ ଦଙ୍ଗା ମାମଲାରେ ସ୍ଥାନୀୟ ଏକ ଅଦାଲତ ମଙ୍ଗଳବାର କଂଗ୍ରେସ ବିଧାୟକ ତଥା ଦଳିତ ନେତା ଜିଗ୍ନେଶ ମେଭାନିଙ୍କ ସମେତ ମୋଟ ୭ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ୨୦୧୬ ସେପ୍ଟେମ୍ବରରେ ଅହମ୍ମଦାବାଦ ମ୍ୟୁନିସିପାଲ କର୍ପୋରେସନର ପରିମଳ କର୍ମଚାରୀଙ୍କ ଦାବିକୁ ସମର୍ଥନ ଜଣାଇ ମେଭାନି ଓ ଅନ୍ୟ ୬ ଜଣ ନେତା ଆୟକର ବିଭାଗ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

କଟକଣା ସତ୍ତ୍ୱେ ଏକାଠି ହୋଇଥିବାରୁ ଏମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍‌ର ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା । ବିକ୍ଷୋଭକାରୀମାନେ ପୁଲିସ ଗାଡି ଭଙ୍ଗାରୁଜା କରିବା ସହ ସାଧାରଣ ସମ୍ପତ୍ତି ନଷ୍ଟ କରିଥିଲେ । ଫଳରେ କିଛି ସମୟ ପାଇଁ ସେଠାରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା । ସୂଚନାଯୋଗ୍ୟ ୨୦୨୨ ନିର୍ବାଚନରେ ଜିଗ୍ନେଶ ବଡ୍‌ଗାଓଁ ଆସନରୁ କଂଗ୍ରେସ ଟିକଟରେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking