33.1 C
Bhubaneswar
Friday, May 3, 2024
Homeଦେଶ ବିଦେଶ୬୦ ବର୍ଷୀୟ ଫ୍ରେଞ୍ଚ୍ ସ୍ପାଇଡରମ୍ୟାନ୍‌ଙ୍କ ୪୮ ମହଲା ବିଲ୍ଡିଂ ଆରୋହଣ

୬୦ ବର୍ଷୀୟ ଫ୍ରେଞ୍ଚ୍ ସ୍ପାଇଡରମ୍ୟାନ୍‌ଙ୍କ ୪୮ ମହଲା ବିଲ୍ଡିଂ ଆରୋହଣ

ପ୍ୟାରିସ୍ : ବିଶ୍ୱରର ବହୁ ଉଚ୍ଚତର ବିଲ୍ଡିଂ ଆରୋହଣ କରିଥିବା ଫ୍ରାନ୍ସର ସ୍ପାଇଡରମ୍ୟାନ୍ ଭାବେ ଜଣାଶୁଣା ଆଲେନ୍ ରବର୍ଟ ଗତ ମାସରେ ୬୦ ବର୍ଷରେ ପଦାର୍ପଣ କରିବା ସହ ନିଜ ପାଇଁ ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଶନିବାର ‘ଫ୍ରେଞ୍ଚ୍ ସ୍ପାଇଡର୍‌ମ୍ୟାନ୍‌’ ରବର୍ଟ ପ୍ୟାରିସ୍‌ର ଏକ ୪୮ ମହଲା ବିଶିଷ୍ଟ ଟୁର୍ ଟୋଟାଲ୍‌ଏନର୍ଜିସ୍ ଟାୱାର୍ ଆରୋହଣ କରି ନିଜ ଲକ୍ଷ୍ୟ ପୂରଣ କରିଛନ୍ତି । ଲାଲ୍ ପୋଷାକ ପରିହିତ ରବର୍ଟ ନିଜ ହାତ ମାଧ୍ୟମରେ ମାତ୍ର ୬୦ ମିନିଟ୍ ମଧ୍ୟରେ ଏହି ୬୧୩ ଫୁଟ ଉଚ୍ଚ ବିଲ୍ଡିାଂ ଶୀର୍ଷରେ ପହଞ୍ଚିଥିବା ଜଣାଯାଇଛି । ଏହାପରେ ରବର୍ଟ କହିଛନ୍ତି, ଲୋକମାନଙ୍କୁ ବାର୍ତ୍ତା ଦେବାକୁ ଚାହେଁ ଯେ ୬୦ ବର୍ଷ କିଛିନୁହେଁ । ଏହି ବର୍ଷରେ ମଧ୍ୟ ଜଣେ ଖେଳିପାରିବ, ସକ୍ରିୟ ରହିବା ସହ ବିଭିନ୍ନ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ମଧ୍ୟ କରିପାରିବ । ସେ କହିଛନ୍ତି, କିଛିବର୍ଷ ତଳେ ନିଜକୁ ନିଜେ ପ୍ରତିଶ୍ରୁତି ଦେଇଥିଲି ଯେ ୬୦ ବର୍ଷରେ ପହଞ୍ଚିବା ପରେ ଏହି ବିଲ୍ଡିଂ ପୁଣିଥରେ ଚଢ଼ିବି ।

କାରଣ ଫ୍ରାନ୍ସରେ ଅବସର ବୟସ ୬୦ ବର୍ଷ ହୋଇଥାଏ । ରବର୍ଟ ସାରା ବିଶ୍ୱର ଉଚ୍ଚତ୍ତମ ବିଲ୍ଡିଂ ଚଢ଼ିବାରେ ପ୍ରଖ୍ୟାତ । ତାଙ୍କର ସାହସିକ ଉପଲବ୍ଧି ମଧ୍ୟରେ ବିଶ୍ୱର ସବୁଠୁ ଉଚ୍ଚ ବିଲ୍ଡିଂ ଦୁବାଇର ବୁର୍ଜ ଖଲିଫା ମଧ୍ୟ ଆରୋହଣ ଅନ୍ୟତମ । ତେବେ ସେ ଆବଶ୍ୟକ ଅନୁମତି ବିନା ବାରମ୍ବର ଉଚ୍ଚତ୍ତମ ବିଲ୍ଡିଂଗୁଡ଼ିକ ଆରୋହଣ କରିବା ଫଳରେ ବହୁ ସମୟରେ ଇଂଲଣ୍ଡ ଏବଂ ଜର୍ମାନୀ ସମେତ ବିଭିନ୍ନ ଦେଶରେ ଅଟକ ମଧ୍ୟ ରହିଛନ୍ତି । ସେ କେବଳ ହାତ, କ୍ଲାଇମ୍ବିଂ ଜୋତା ଏବଂ ଚକ୍ ପଣ୍ଡର୍ ବ୍ୟବହାର କରି ଏକୁଟିଆ ହିଁ ବିଲ୍ଡିଂ ଆରୋହଣ କରିଥାନ୍ତି । ଇତିମଧ୍ୟରେ ସେ ବିଶ୍ୱର ପ୍ରାୟ ୧୦୦ରୁ ଅଧିକ ଉଚ୍ଚତ୍ତମ ବିଲ୍ଡିଂ ଆରୋହଣ କରିସାରିଲେଣି । ଏହା ମଧ୍ୟରେ ପ୍ୟାରିସ୍‌ର ଇଫେଲ୍ ଟାୱାର୍‌, ମାଲେସିଆର ଆଇକନିକ୍ ପେଟ୍ରୋନାସ୍ ଟ୍ୱିନ୍ ଟାୱାର୍ ଏବଂ ସିଡ୍‌ନୀର ଅପେରା ହାଉସ୍ ଅନ୍ତର୍ଭୁକ୍ତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking