25.1 C
Bhubaneswar
Tuesday, January 7, 2025
Homeଓଡିଶାବାଇଶି ପାହାଚରେ ଠେଲାପେଲାରେ ୬ ଜଣ ଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ବାଇଶି ପାହାଚରେ ଠେଲାପେଲାରେ ୬ ଜଣ ଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ପୁରୀ: ଶ୍ରୀମନ୍ଦିର ବାଇଶି ପାହାଚରେ ଅଘଟଣ । ଠେଲାପେଲାରେ ୬ ଜଣ ଛାତ୍ରୀ ଅସୁସ୍ଥ । ପର୍ଯ୍ୟଟନ ଋତୁରେ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଲାଗୁଥିବା ବେଳେ ଆଜି ବାଇସି ପାହାଚ ନିକଟରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା । ଏଥିରେ ମୟୁରଭଞ୍ଜ ହୃଦାନନ୍ଦ ହାଇସ୍କୁଲ୍‌ରୁ ଭ୍ରମଣ କରି ଆସିଥିବା ୬ ଜଣ ଛାତ୍ରୀ ଅସୁସ୍ଥ ହୋଇ ପୁରୀ ବଡମେଡିକାଲରେ ଭର୍ତ୍ତି ହୋଇଛନ୍ତି । ନୂଆ ବର୍ଷ ପାଖେଇ ଆସୁଥିବାରୁ ବର୍ତ୍ତମାନ ପୁରୀରେ ପ୍ରବଳ ଭିଡ଼ ଜମୁଛି । ଯାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ବ୍ୟାରିକେଡରେ ଠିଆ ହୋଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବାକୁ ଅପେକ୍ଷା କରୁଥିବା ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ଆଜି ଅତ୍ୟଧିକ ଭିଡ଼ ପାଇଁ ବାଇସି ପାହାଚରେ ଠେଲାପେଲା ହୋଇଥିବା କୁହାଯାଉଛି । ପୁଲିସ ପକ୍ଷରୁ ଅସୁସ୍ଥ ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା।

ବିଜୁ ଜନତା ଦଳର ରଜତ ଜୟନ୍ତୀ ଉତ୍ସବ, ଓଡିଶା ବାସୀଙ୍କ ସେବାରେ ୨୫ ବର୍ଷ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking