32.1 C
Bhubaneswar
Saturday, June 22, 2024
Homeଅପରାଧମାରଣାସ୍ତ୍ର ଦେଖାଇ ଲୁଟିନେଲେ ୫୦ ଲକ୍ଷ ଟଙ୍କା

ମାରଣାସ୍ତ୍ର ଦେଖାଇ ଲୁଟିନେଲେ ୫୦ ଲକ୍ଷ ଟଙ୍କା

ନୂଆଦିଲ୍ଲୀ : ମାରଣାସ୍ତ୍ର ଦେଖାଇ ଲୁଟିନେଲେ ୫୦ ଲକ୍ଷ । ଏପରିକି ଘଟଣା ଘଟିଛି ରାଜଧାନୀ ଦିଲ୍ଲୀର ଦିଲ୍ଲୀର ଅକ୍ଷରଧାମ ମନ୍ଦିର ନିକଟରେ । ଦିନ ଦ୍ୱିପ୍ରହରରେ ହୋଇଛି ଲୁଟ୍‌ । ବନ୍ଧୁକ ମୁନ ଦେଖାଇ ଯୁବକଙ୍କଠାରୁ ୫୦ ଲକ୍ଷ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସୂଚନା ଅନୁଯାୟୀ,ଦିଲ୍ଲୀର ଅକ୍ଷରଧାମ ମନ୍ଦିର ନିକଟ ଗହଳି ସ୍ଥାନରେ ଜଣେ ବ୍ୟକ୍ତିଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ ୪ ଜଣ ଦୁର୍ବୁତ୍ତ । ଏହାପରେ ସେହି ବ୍ୟକ୍ତିଙ୍କ ଠାରୁ ପ୍ରାୟ ୫୦ ଲକ୍ଷ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ତେବେ ୪ ଦୁର୍ବୃତ୍ତ ଏହି କାଣ୍ଡ ଘଟାଇଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କ ମଧ୍ୟରୁ ଜଣଙ୍କୁ କାବୁ କରି ନେଇ ପୋଲିସ ଜିମା ଦେଇଛନ୍ତି। ଏହାପରେ ବ୍ୟକ୍ତି ଜଣକ ଏହି ଘଟଣା ବାବଦରେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ପୋଲିସ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking