20.1 C
Bhubaneswar
Monday, December 23, 2024
Homeବିଜିନେସ୍୫ ଟ୍ରିଲିୟନ୍ ଅର୍ଥନୀତି; ୨୦୨୯ ପୂର୍ବରୁ ସ୍ୱପ୍ନ ପୂରଣ ଅସମ୍ଭବ: ଆଇଏମ୍‌ଏଫ୍‌

୫ ଟ୍ରିଲିୟନ୍ ଅର୍ଥନୀତି; ୨୦୨୯ ପୂର୍ବରୁ ସ୍ୱପ୍ନ ପୂରଣ ଅସମ୍ଭବ: ଆଇଏମ୍‌ଏଫ୍‌

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତି ୫ ଟ୍ରିଲିୟନ୍ ରେକର୍ଡ ଛୁଇଁବାକୁ ନେଇ ବଡ ବୟାନ ଦେଇଛି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) । ୨୦୨୯ ପୂର୍ବରୁ ଭାରତର ଏହି ସ୍ୱପ୍ନ ପୂରଣ ହେବା ଅସମ୍ଭବ ବୋଲି ପୂର୍ବାନୂମାନ କରିଛି ଆଇଏମ୍‌ଏଫ୍ । ୨୦୨୫ ସୁଦ୍ଧା ଭାରତ ୫ ଟ୍ରିଲିୟନ୍ ଅର୍ଥନୀତିରେ ପରିଣତ ହେବ ବୋଲି ସରକାରଙ୍କ ପକ୍ଷରୁ ଆକଳନ କରାଯାଇଥିଲା । ତେବେ ବିଭିନ୍ନ ପ୍ରକାରର ଅର୍ଥନୈତିକ ସଙ୍କଟ କାରଣରୁ ଏହା ବିଳମ୍ବିତ ହେବାକୁ ଯାଉଛି । ମଙ୍ଗଳବାର ଆଇଏମ୍‌ଏଫ୍ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ୨୦୨୯ ସୁଦ୍ଧା ଭାରତୀୟ ଅର୍ଥନୀତି ୪.୨ଟ୍ରିଲିୟନର ଅର୍ଥନୀତି ଛୁଇଁବ ।

ଭାରତ ୨୦୨୫-୨୬ ସୁଦ୍ଧା ୫ ଟ୍ରିଲିୟନ୍ ଅର୍ଥନୀତି ହେବ ବୋଲି ଆଇଏମ୍‌ଏଫ୍‌ର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ୱର ଫେବୃୟାରୀ ମାସରେ କହିଥିଲେ । ତେବେ ନିକଟରେ ଆର୍‌ବିଆଇ ପକ୍ଷରୁ ଆସିଥିବା ଅର୍ଥନୈତିକ ରିପୋର୍ଟ ପରେ ଭାରତର ୫ ଟ୍ରିଲିୟନ୍ ସ୍ୱପ୍ନ ୪ ବର୍ଷ ବିଳମ୍ବିତ ହେବ ବୋଲି ଆଇଏମ୍‌ଏଫ୍ କହିଛି । କରୋନା ଜନିତ କ୍ଷତିରୁ ମୁକୁଳିବା ପାଇଁ ଭାରତକୁ ୨୦୩୫ ଯାଏଁ ସମୟ ଲାଗିବ ବୋଲି ଆର୍‌ବିଆଇ ପକ୍ଷରୁ କୁଭହାଯାଇଥିଲା । ନିକଟରେ ଆଇଏମ୍‌ଏଫ୍ ପକ୍ଷରୁ ଭାରତର ଅଭିବୃଦ୍ଧି ଆକଳନକୁ ମଧ୍ୟ ହ୍ରାସ କରାଯାଇଥିଲା । ଚଳିତ ବର୍ଷ ପାଇଁ ଭାରତର ଅଭିବୃଦ୍ଧି ହାର ୭.୫ ପ୍ରତିଶତ ରହିବ । ଏହି ଧାରା ଜାରି ରହିଲେ ୨୦୨୮-୨୯ ଆର୍ଥିକ ବର୍ଷରେ ଭାରତ ଏକ ୪.୯୨ ଟ୍ରିଲିୟନ୍‌ର ଅର୍ଥନୀତିରେ ପରିଣତ ହେବ । ୨୦୩୦ ପରେ ଅର୍ଥନୀତି ୫ ଟ୍ରିଲିୟନ୍‌ର ମାଇଲଖୁଣ୍ଟ ଛୁଇଁ ପାରିବ ।

ପ୍ରକାଶିତ ଆଉଟଲୁକ୍‌ରେ ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ଆହୁରି ଶକ୍ତିଶାଳୀ ହେବ । ଏହି ସମୟରେ ଭାରତୀୟ ଅଭିବୃଦ୍ଧି ୮ ପ୍ରତିଶତ ଛୁଇଁବା ନେଇ ଆକଳନ କରାଯାଇଛି । ତେବେ ଅଭିବୃଦ୍ଧି ହାରକୁ ଦେଖିଲେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଚୀନର ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟ ସକରାତ୍ମକ ରହିବ ବୋଲି ଆକଳନ କରାଯାଇଛି । ସେହି ସମୟରେ ଚୀନର ଅର୍ଥନୀତି ବର୍ତ୍ତମାନ ତୁଳନାରେ ୦.୪୮ ପ୍ରତିଶତର ଅଭିବୃଦ୍ଧି ହାସଲ କରିବ । ତେବେ ମାନ୍ଦାବସ୍ଥା ଉଭୟ ରାଷ୍ଟ୍ରର ଅର୍ଥନୀତିରେ ଏକ ବଡ ଭୂମିକା ଗ୍ରହଣ କରିବ ବୋଲି ଆକଳନ କରାଯାଇଛି । ୟୁକ୍ରେନ-ରୁଷ୍ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ଉଭୟ ରାଷ୍ଟ୍ରର ଅର୍ଥନୀତି ପ୍ରଭାବିତ ହୋଇପାରନ୍ତି ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking