ଶ୍ରୀନଗର: ଜମ୍ମୁ-କଶ୍ମୀରର କୁପ୍ୱାଡା ଜିଲ୍ଲାରେ ଗୁରୁବାର ରାତିରେ ନିରାପତ୍ତାରକ୍ଷୀଙ୍କ ସହ ଏନ୍କାଉଣ୍ଟରରେ ୫ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ଜଣାପଡିଛି । ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନାକୁ ୂଆଧାର କରି ସେନା ଓ ଜମ୍ମୁ-କଶ୍ମୀର ପୁଲିସର ମିଳିତ ବାହିନୀ ନିୟନ୍ତ୍ରଣ ରେଖା ନିକଟସ୍ଥ ଜୁମାଗୁଣ୍ଡ ଅଞ୍ଚଳରେ ତଲାସି ଅଭିଯାନ ଆରମ୍ଭ କରିଥିଲେ ।
ଏହି ସମୟରେ ସେଠାରେ ଲୁଚି ରହିଥିବା ଆତଙ୍କବାଦୀମାନେ ପ୍ରଥମେ ଗୁଳିଚାଳନା କରିଥିଲେ । ତେବେ ଯବାନଙ୍କ ପାଲଟା କାର୍ଯ୍ୟାନୁଷ୍ଠାନରେ ୫ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି ବୋଲି ଜମ୍ମୁ-କଶ୍ମୀର ପୁଲିସ ଡିଜି ସୂଚନା ଦେଇଛନ୍ତି । ମୃତ ଆତଙ୍କବାଦୀଙ୍କ ନିକଟରୁ ୫ଟି ଏକେ-୪୭ ରାଇଫଲ, ୪ଟି ହ୍ୟାଣ୍ଡ୍ ଗ୍ରେନେଡ୍, ୩ଟି ଚୀନ୍ ନିର୍ମିତ ପିସ୍ତଲ ଇତ୍ୟାଦି ଜବତ କରାଯାଇଛି ।