16.1 C
Bhubaneswar
Monday, January 6, 2025
Homeଓଡିଶାମେଣ୍ଟ ଚର୍ଚ୍ଚା ଭିତରେ ପାଣ୍ଡିଆନଙ୍କ ବଡ଼ ବୟାନ; ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ବଡ଼ ନିଷ୍ପତ୍ତି ନିଆଯାଇପାରେ

ମେଣ୍ଟ ଚର୍ଚ୍ଚା ଭିତରେ ପାଣ୍ଡିଆନଙ୍କ ବଡ଼ ବୟାନ; ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ବଡ଼ ନିଷ୍ପତ୍ତି ନିଆଯାଇପାରେ

– ପୁଣି ମୋଦୀ ପ୍ରଧାନମନ୍ତ୍ରୀ, ନବୀନ ମୁଖ୍ୟମନ୍ତ୍ରୀ ହେବେ: କାର୍ତ୍ତିକ
ଭୁବନେଶ୍ୱର: କେନ୍ଦ୍ରରେ ବିଜେପିକୁ ସରକାର ଗଢ଼ିବାକୁ ହେଲେ ବିଜେଡିର ସହଯୋଗ ଆବଶ୍ୟକ ପଡ଼ିବନାହି । ଓଡ଼ିଶାରେ ବିଜେଡିକୁ ସରକାର ଗଢ଼ିବାକୁ ହେଲେ ବିଜେପିର ଆବଶ୍ୟକତା ବି ପଡ଼ିବ ନାହିଁ । ତେଣୁ ନରେନ୍ଦ୍ର ମୋଦୀ ଭାରତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପଦରେ ଆସୀନ ହେଉଥିବାବେଳେ ଓଡ଼ିଶାରେ ନବୀନ ପଟ୍ଟନାୟକ କ୍ରମାଗତଃ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ହେବେ । ଉଭୟ ପରମ ବନ୍ଧୁ । ଏହା ସତ୍ତ୍ୱେ ବି ଦେଶ ତଥା ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଦୁଇ ଦଳ ମିଳିତ ହୋଇ ବଡ଼ ନିଷ୍ପତ୍ତି ନେଇପାରନ୍ତି । ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ହେବା ନେଇ ସାରା ଦେଶରେ ଚର୍ଚ୍ଚା ଜୋର୍ ଧରିଥିବାବେଳେ ମଙ୍ଗଳବାର ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ବଡ଼ ବୟାନ ହେଇଛନ୍ତି ବିଜେଡି ନେତା ତଥା ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଆସନ ବୁଝାମଣା ବା ମେଣ୍ଟ ସମ୍ପର୍କରେ ସେ ସିଧାସଳଖ କିଛି ଉତ୍ତର ଦେଇନାହାନ୍ତି । ପରୋକ୍ଷରେ ଯେଉଁ ‘ବୃହତ୍ତର ସ୍ୱାର୍ଥ’ କଥା କହିଛନ୍ତି ସେଇଥିରୁ ହିଁ ମେଣ୍ଟ ଆଭାସ ମିଳୁୂଛି । ସମ୍ଭବତଃ ଖୁବ୍‌ଶୀଘ୍ର ଘୋଷଣା ହେବ । ହେଲେ ସ୍ପଷ୍ଟ ଭାବେ କିଛି କଥା ପଦାକୁ ଆସୁନାହିଁ ।

ଯେତେବେଳେ ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ହେବ କି ନାହିଁ ବୋଲି ପ୍ରଶ୍ନ ପଚରାଗଲା, ସେତେବେଳେ ପାଣ୍ଡିଆନ ଜଣେ ଅଭିଜ୍ଞ ରାଜନୀତିଜ୍ଞ ଭଳି ଉତ୍ତର ଦେଇଛନ୍ତି । ସେ କହିଛନ୍ତି ଯେ, ନିର୍ବାଚନ ବୈତରଣୀ ପାର ହେବା ସହ ସରକାର ଗଠନ କରିବାକୁ ସମସ୍ୟା ଥିଲେ କୌଣସି ଦଳ ମେଣ୍ଟରେ ସାମିଲ ହୋଇଥାଏ । ମାତ୍ର ବିଜେପି ଓ ବିଜେଡି କ୍ଷେତ୍ରରେ ସରକାର ଗଢ଼ିବା ପାଇଁ କିଛି ସମସ୍ୟା ନାହିଁ । ଉଭୟ ମୋଦୀଜୀ ଓ ନବୀନଜୀ ବେଶ୍ ଲୋକପ୍ରିୟ । ରାଜ୍ୟରେ ନବୀନ ପଟ୍ଟନାୟକଙ୍କୁ ଲୋକେ ବହୁତ ଭଲ ପାଆନ୍ତି । ସେ ନିଜକୁ ଲୋକଙ୍କ ସେବାରେ ଉତ୍ସର୍ଗ କରି ଧାର୍ଯ୍ୟ ସମୟରେ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଅନ୍ତି । ସେଥିପାଇଁ ସେ ଲଗାତାର ନିର୍ବାଚନ ଜିତୁଛନ୍ତି । ସରକାର ଗଢ଼ିବା ପାଇଁ ଓଡ଼ିଶାରେ ମେଣ୍ଟର ଆବଶ୍ୟକତା ନାହିଁ । ଯାହା ହେବ ରାଜ୍ୟର ସ୍ୱାର୍ଥ ପାଇଁ ହେବ ବୋଲି ସେ ପ୍ରକାଶ କରିଛନ୍ତି ।

ବିଜେଡି-ବିଜେପି ମଧ୍ୟରେ ମେଣ୍ଟକୁ ନେଇ ହେଉଥିବା ଚର୍ଚ୍ଚା ଆଉ ଗୋପନ ହୋଇ ରହିନାହିଁ । ଯଦି ବିଜେଡି- ବିଜେପି ମଧ୍ୟରେ ମେଣ୍ଟ ହୁଏ ତାହାଲେ ଦୀର୍ଘ ପନ୍ଦର ବର୍ଷ ପରେ ତାହା ହେବ । ଏଭଳି ରାଜନୈତିକ ହଟ୍‌ଚମଟ୍ ଭିତରେ ଗତ ମାର୍ଚ୍ଚ ୬ରେ ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର ଗଣମାଧ୍ୟମ ଆଗରେ ପ୍ରଥମେ ପରୋକ୍ଷରେ ମେଣ୍ଟ କଥା ସ୍ୱୀକାର କରିଥିଲେ । ନବୀନ ନିବାସ ଗୁରୁତ୍ୱପଳର୍ଣ୍ଣ ବୈଠକ ଶେଷରେ ଶ୍ରୀ ମିଶ୍ର କହିଥିଲେ, ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଏଥିରେ ବିଜେପି ସହ ମେଣ୍ଟ ହେବା ପ୍ରସଙ୍ଗ ବି ଅନ୍ତର୍ଭୁକ୍ତ ରହିଛି । ତେବେ ଓଡ଼ିଶାର ସ୍ୱାର୍ଥ ପାଇଁ ଯାହା ଆବଶ୍ୟକ ପଡ଼ିବ ସେନେଇ ବିଜେଡି ବଡ଼ ନିଷ୍ପତ୍ତି ନେବ ।’

ପୁଣି ମାର୍ଚ୍ଚ ୧୩ ଗୁରୁବାର ସନ୍ଧ୍ୟାରେ ନବୀନ ନିବାସରେ ବସିଥିଲା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ରୁଦ୍ଧଦ୍ୱାର ବୈଠକ । ଅପରାହ୍ନ ୫ଟାରୁ ୭ଟା ପର୍ଯ୍ୟନ୍ତ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ସୁପ୍ରିମୋ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଏହି ବୈଠକ ବସିିଥିଲା । ଦଳର ବରିଷ୍ଠ ନେତାନେତ୍ରୀ ନବୀନ ନିବାସରେ ପହଞ୍ଚିଥିଲେ । ଦଳର ପର୍ଯ୍ୟବେକ୍ଷକଙ୍କ ସମେତ ୨୮ ବରିଷ୍ଠ ନେତା ଉପସ୍ଥିତ ଥିଲେ । ହେଲେ ଏଥର କେହି କିଛି କଥା କହି ନଥିଲେ । ସାମ୍ବାଦିକମାନେ ଯେତେ ପ୍ରଶ୍ନ କଲେ ବି ଦେବୀ ମିଶ୍ରଙ୍କ ସମେତ ସବୁ ନେତା ବୁଲେଇ ବଙ୍କାଇ ଉତ୍ତର ଦେଇଥିଲେ । ଫଳରେ ତ୍ରିଶୁଙ୍କୁରେ ଝୁଲିଥିଲା ମେଣ୍ଟ ପ୍ରସଙ୍ଗ । ଏହା ପରେ ମାର୍ଚ୍ଚ ୧୮ରେ ଅନୁରୂପ ଭାବେ ନବୀନ ନିବାସରେ ବସିଥିଲା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକ ପରେ ପୁଣି ମେଣ୍ଟ ଆଶା ଉ୍‌ଜ୍ଜ୍ୱଳ ହୋଇଥିଲା । ଏବେ ଭିକେ ପାଣ୍ଡିଆନ ପରୋକ୍ଷ ବୟାନ ପରେ ବିଜେପି-ବିଜେଡି ମଧ୍ୟରେ ଉଭୟ ଲୋକସଭା ଓ ରାଜ୍ୟସଭା ପାଇଁ ଆସନ ବୁଝାମଣା ହେଉଥିବା ଜଳ ଜଳ ଦିସୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking