29.1 C
Bhubaneswar
Saturday, July 27, 2024
Homeଓଡିଶାବେଆଇନ ଗୋ ଚାଲାଣ କରୁଥିବା ୫ଟି ପିକ ଅପ୍ ଓ ଗୋଟିଏ ବାଇକ ଜବତ: ୫୩...

ବେଆଇନ ଗୋ ଚାଲାଣ କରୁଥିବା ୫ଟି ପିକ ଅପ୍ ଓ ଗୋଟିଏ ବାଇକ ଜବତ: ୫୩ ଗୋରୁ ଉଦ୍ଧାର ,୧୩ଜଣ ଗିରଫ

ଶୁଳିଆପଦା : ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅଧୀନରେ ଦିନକୁଦିନ ବେଆଇନ ଗୋ ଚାଲାଣ ବୃଦ୍ଧିପାଇବାରେ ଲାଗିଥିଲା। ଏହାକୁ ରୋକିବା ଦିଗରେ ପୋଲିସ ବ୍ୟାପକ ପଦକ୍ଷେପ ନେଇଆସୁଥିଲେ ମଧ୍ୟ କୌଶଳରେ ଖସି ଯାଉଥିଲେ ଗୋ ମାଫିଆ। ତେବେ ବେଆଇନ ଗୋ ଚାଲାଣ ରେ ପ୍ରତିବନ୍ଧକ ଲଗାଇବା ପାଇଁ ଶୁଳିଆପଦା ଥାନାର ନୂଆ ଥାନା ଅଧିକାରୀ ସତର୍କତାର ସହ ତୀକ୍ଷ୍ଣ ନଜର ରଖିଥିଲେ। ଫଳରେ ବିଳମ୍ବ ହେଲେ ମଧ୍ୟ ଆଜି ମିଳିଛି ଏକ ବଡ଼ ସଫଳତା। ଗୋ ମାଫିଆମାନେ ବେଆଇନ ଗୋରୁ ଚାଲାଣ ପାଇଁ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅଞ୍ଚଳ ହୋଇ ପଡୋଶୀ ପଶ୍ଚିମବଙ୍ଗ ଅଞ୍ଚଳକୁ ଚାଲାଣ କରୁଥିବାର ଖବରପାଇ ଶୁଳିଆପଦା ଥାନା ଅଧିକାରୀ ସୁମିତ କୁମାର ସୋରେନ ହଠାତ ଚଢ଼ାଉ କରି କରିଥିଲେ। ଏହି ଚଢ଼ାଉ ବେଳେ ୫୬ଟି ଗୋରୁ ସହିତ ୫ଟି ପିକଅପ ଏବଂ ଗୋଟିଏ ବାଇକକୁ ଜବତ କରିବା ସହ ୧୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଖବରରୁ ପ୍ରକାଶକି ବେଆଇନ ଗୋରୁ ଚାଲାଣକାରୀ ମାନେ ବାରିପଦା ଅଞ୍ଚଳ ହୋଇ ଶୁଳିଆପଦା ଥାନା ରାସ୍ତାରେ ପଡୋଶୀ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳକୁ ଅତ୍ୟନ୍ତ ଶୋଚନୀୟ ଭାବେ ନେଇ ଯାଉଥିବା ବେଳେ ପୋଲିସ ଚଢ଼ାଉ କରି ଗାଡ଼ି ଗୁଡିକୁ ଅଟକାଇ ଗାଡି ସହିତ ଗୋରୁଙ୍କୁ ଜବତ କରି ଗୋ ଚାଲାଣ କରୁଥିବା ୧୩ ଜଣଙ୍କୁ ଗିରଫ କରି ଏକ ମାମଲା ରୁଜୁ କରିବା ସହ ଗିରଫ ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଯିବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ସୁମିତ କୁମାର ସୋରେନ । ତେବେ ଜବତ ସମସ୍ତ ୫୩ ଗୋରୁକୁ ଝାଡ଼ଖଣ୍ଡ ଗୋଶାଳା ପଠାଯିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking