ବେଙ୍ଗାଲୁରୁ : ନିଜର ତିନି ନାବାଳକ ସନ୍ତାନଙ୍କ ସମେତ ମୋଟ ୫ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଟ୍ରାଏଲ କୋର୍ଟ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁ ଦଣ୍ଡାଦେଶ ପ୍ରଦାନ କରିଥିବାବେଳେ କର୍ଣ୍ଣାଟକ ହାଇକୋର୍ଟର ଧରୱାଡ୍ ବେଞ୍ଚ୍ ଏହାକୁ କାଏମ ରଖିଛନ୍ତି । ସୂଚନାଯୋଗ୍ୟ ବାଲାରି ନିବାସୀ ବି.ଥିପାୟା ପେସାରେ ଜଣେ ଶ୍ରମିକ ।
ଅନ୍ୟ ପୁରୁଷଙ୍କ ସହ ପତ୍ନୀଙ୍କର ଅନୈତିକ ସମ୍ପର୍କ ରହିଥିବା ସନ୍ଦେହ କରି ଥିପାୟା ୨୦୧୭ ଫେବୃଆରୀ ୨୫ରେ ପତ୍ନୀ, ଶାଳୀ ଏବଂ ନିଜର ତିନି ସନ୍ତାନଙ୍କୁ ନିର୍ମମଭାବେ ହତ୍ୟା କରିଥିଲେ । ବାଲାରି କୋର୍ଟ ୩୬ ଜଣ ସାକ୍ଷୀଙ୍କ ବୟାନ ଓ ୫୧ଟି ପ୍ରମାଣକୁ ଆଧାର କରି ୨୦୧୯ ଡିସେମ୍ବର ୩ରେ ଥିପାୟାକୁ ମୃତ୍ୟୁ ଦଣ୍ଡାଦେଶ ପ୍ରଦାନ କରିଥିଲେ ।