29.1 C
Bhubaneswar
Wednesday, July 3, 2024
Homeଅପରାଧରାଜମିସ୍ତ୍ରୀଙ୍କୁ ଅପହରଣ ପରେ ୫ ଲକ୍ଷ ଟଙ୍କା ମୁଣ୍ଡ ଜାମିନ୍‌; ୩ ଗିରଫ

ରାଜମିସ୍ତ୍ରୀଙ୍କୁ ଅପହରଣ ପରେ ୫ ଲକ୍ଷ ଟଙ୍କା ମୁଣ୍ଡ ଜାମିନ୍‌; ୩ ଗିରଫ

ଭୁବନେଶ୍ୱର: ରାଜଧାନୀରେ ଜଣେ ରାଜମିସ୍ତ୍ରୀ ତଥା ପେଟି କଣ୍ଟ୍ରାକ୍ଟରଙ୍କୁ ଅପହରଣ । ଅପହରଣକାରୀ ସମ୍ପୃକ୍ତ ପେଟି କଣ୍ଟ୍ରାକ୍ଟରଙ୍କ ସ୍ତ୍ରୀଙ୍କୁ ଫୋନ୍ କରି ୫ ଲକ୍ଷ ଟଙ୍କା ମୁଣ୍ଡ ଜାମିନ୍ ଦାବି କରିଥିଲେ । ଏହି ଅଭିଯୋଗରେ ମୈତ୍ରୀବିହାର ଥାନା ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଝାରପଡାର ସୁନିଲ କୁମାର ସ୍ୱାଇଁ, ଗାଡକଣ ଅଞ୍ଚଳର ସୁଶାନ୍ତ ତ୍ରିପାଠୀ ଏବଂ ଚକେଇସିଆଣୀ ଅଞ୍ଚଳର ସଞ୍ଚୟ କୁମାର ପ୍ରଧାନ । ତେବେ ଏହି ଅପହରଣରେ ଅନ୍ୟ ଅଭିଯୁକ୍ତମାନଙ୍କର ସମ୍ପୃକ୍ତି ଥିବା ପୁଲିସ ଜାଣିବାକୁ ପାଇଛି । ସେମାନେ ଏବେ ଫେରାର ଅଛନ୍ତି । ତେବେ ଫୋନ୍‌କୁ ଟ୍ରାକ୍ କରି ଅପହରଣ ହୋଇଥିବା ପେଟି କଣ୍ଟ୍ରାକଟର ମନୋଜ କୁମାର ସେଠୀଙ୍କୁ ପୁଲିସ ଗାଡକଣର ଏକ ପରିତ୍ୟକ୍ତ ଘରୁ ପୁଲିସ ଉଦ୍ଧାର କରିଛି ।

ପୁଲିସ ସୂଚନା ମୁତାବକ, ମନୋଜଙ୍କ ଘର ସାଲିଆସାହି ହରେକୃ୍େ‌ଣ ବସ୍ତିରେ । ସେ ଗତ ୧୮ ତାରିଖରେ ଲିଙ୍ଗରାଜ ଥାନା ଅଞ୍ଚଳରେ କାମ କରୁଥିଲେ । ଉପରୋକ୍ତ ଅଭିଯୁକ୍ତମାନେ ଏକ ଘର ଠିକା କାମ ବାବଦରେ ତାଙ୍କୁ ଯୋଗାଯୋଗ କରିଥିଲେ । ଉକ୍ତ ଦିନ ଭିଏସ୍‌ଏସ୍‌ଏସ୍ ନଗରରେ ଅଭିଯୁକ୍ତମାନଙ୍କ ସହ ଭେଟ ହୋଇଥିଲା । ମେନୋଜଙ୍କୁ କାର ପଠାଇ ଘର କାମ ଦେଖାଇବାକୁ ଗାଡକଣର ଏକ ପରିତ୍ୟକ୍ତ ଘରକୁ ନିଆଯାଇଥିଲା । ସେପର୍ଯ୍ୟନ୍ତ ମନୋଜ ମଧ୍ୟ ଏମାନଙ୍କ ଚକ୍ରାନ୍ତ ସମ୍ପର୍କରେ କିଛି ବୁଝି ପାରି ନ ଥିଲେ । ତେଣୁ ଅଭିଯୁକ୍ତମାନଙ୍କ ସହ ସେ ଚାଲି ଯାଇଥିଲେ । ଘଟଣାସ୍ଥଳରେ ପହଞ୍ଚିବା ମାତ୍ରେ ତାଙ୍କୁ ଉକ୍ତ ପରିତ୍ୟକ୍ତ ଘରେ ରଖାଯାଇଥିଲା ।

ତାଙ୍କ ଫୋନ୍ ଛଡାଇ ନେଇଥିଲେ । ପରେ ଉକ୍ତ ଫୋନ୍‌ରୁ ତାଙ୍କ ସ୍ତ୍ରୀଙ୍କୁ ଅଭିଯୁକ୍ତମାନେ ଫୋନ୍ କରି ଅପହରଣ ସମ୍ପର୍କରେ ଜଣାଇଥିଲେ । ମନୋଜଙ୍କୁ ଛାଡିବାକୁ ୫ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ରଖାଯାଇଥିଲା । ମନୋଜଙ୍କ ସ୍ତ୍ରୀ ଏନେଇ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ମନୋଜଙ୍କ ଫୋନ୍‌କୁ ଟ୍ରାକ୍ କରି ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ସୁନିଲ ପେଶାରେ ଡ୍ରାଇଭର ହୋଇଥିଲା ବେଳେ ଅନ୍ୟଦୁଇ ଅଭିଯୁକ୍ତ ସଜୟ ଏବଂ ସୁଶାନ୍ତ ରାଜମିସ୍ତ୍ରୀ ଅଟନ୍ତି । ତେବେ ଏଥିରେ ଅନ୍ୟ ଲୋକଙ୍କର ହାତ ଥିବା ଜଣାପଡିଛି । ପୁଲିସ ଅନ୍ୟ ଅଭିଯୁକ୍ତମାନଙ୍କ ପାଖରେ ଖୁବ୍‌ଶୀଘ୍ର ପହଞ୍ଚିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking