30.1 C
Bhubaneswar
Sunday, June 16, 2024
Homeଓଡିଶା୫ କିଲୋ ବ୍ରାଉନ ସୁଗାର ଜବତ

୫ କିଲୋ ବ୍ରାଉନ ସୁଗାର ଜବତ

ପାରାଦୀପ: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରୁ ଜାହାଜ ଯୋଗେ ବିଦେଶକୁ ବ୍ରାଉନ ସୁଗାର ଚୋରାଚାଲାଣ ବେଳେ ଧରାପଡ଼ିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଇଣ୍ଡୋନେସିଆରୁ ଆସୁଥିଲା ଆଉ ପାରାଦୀପ ଦେଇ ଡେନମାର୍କକୁ ବ୍ରାଉନ ସୁଗାର ଚୋରାଚାଲାଣ ହେଉଥିଲା ବେଳେ ପ୍ରାୟ ୫ କେଜିରୁ ଉର୍ଦ୍ଧ୍ବ ପରିମାଣର ବ୍ରାଉନ ସୁଗାର ଜବତ ହୋଇଛି। କଷ୍ଟମ ବିଭାଗ ଏହି ବ୍ରାଉନ ସୁଗାର ଜବତ କରିଛି।ଗତକାଲି ବିଳମ୍ବିତ ରାତ୍ରିରେ ଇଣ୍ଡୋନେସିଆରୁ ପଣ୍ୟ ଆଣି ଆସିଥିବା ଜାହାଜ ଏମ ଭି ଦେବୀ ପଣ୍ୟ ଆଣି ପାରାଦୀପର ପି ଆଇ ସି ଟି ଟର୍ମିନାଲରେ ଆଙ୍କରିଂ କରିଥିବା ବେଳେ ୫ କେଜିର ବ୍ରାଉନ ସୁଗାର ପେଟିଟି ସେହି ଜାହାଜରୁ କଢ଼ା ଯାଇ ଡେନମାର୍କ ଯିବାକୁ ଥିବା ଜାହାଜରେ ଲୋଡିଂ କରିବାକୁ କରାଯାଉଥିବା ବେଳେ କଷ୍ଟମ ବିଭାଗ ମାଡ଼ି ବସିଥିଲା।

ନିଶା କାରବାରର ହବ୍ କୁହାଯାଉଥିବା( ପି ଆଇ ସି ଟି )  ବା ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲରେ ପୂର୍ବରୁ ବିଦେଶୀ ମଦ ଆଉ ସିଗାରେଟ କଲିକତାକୁ ଚାଲାଣ ବେଳେ ପୁଲିସ ହାତରେ ଧରା ପଡ଼ିବା ପରେ ଏହା ହେଉଛି ଦ୍ବିତୀୟ ଘଟଣା। ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଏହି ରାସ୍ତା ଦେଇ ବ୍ରାଉନ ସୁଗାର ଚୋରା ଚାଲାଣ ହେଉଥିବା ଓ ଏହା ପଛରେ ପି ଆଇ ସି ଟିର କେଉଁ ଅଧିକାରୀଙ୍କ ହାତ ଅଛି ତାହା ତଦନ୍ତ ସାପେକ୍ଷ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking