ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର କ୍ରାଇମ୍ ବ୍ରାଞ୍ଚ୍ ନକଲି ନୋଟ୍ ଛାପୁଥିବା ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଏକ ର୍ୟାକେଟ୍ର ପର୍ଦ୍ଦାପାସ୍ କରିଛି । ଏହା ସହିତ ସେମାନଙ୍କ ଠାରୁ ୧୯.୭୪ ଲକ୍ଷ ଟଙ୍କା ମୂଲ୍ୟର ୫୦୦ ଟଙ୍କିଆ ନକଲି ନୋଟ୍ ଜବତ କରାଯାଇଛି । ଏହା ବ୍ୟତୀତ ଚଢ଼ଉ ବେଳେ ଲ୍ୟାପ୍ଟପ୍, ପ୍ରିଣ୍ଟର୍ ଏବଂ ଲାମିଲେସନ୍ ମେସିନ୍ ମଧ୍ୟ ଜବତ ହୋଇଛି ।
ଗିରଫ ବ୍ୟକ୍ତିମାନେ ହେଲେ ସକୁର ମହମ୍ମଦ, ଲୋକେଶ ଯାଦବ, ହିଂମାଶୁ ଜୈନ, ଶିବ ଲାଲ୍ ଏବଂ ସଞ୍ଜୟ ଗୋଦରା । ସକୁର ଓ ଲୋକେଶ ଅକ୍ଷରଧାମ ମନ୍ଦିର ନିକଟରେ ଜଣେ ବ୍ୟକ୍ତିଙ୍କୁ ନକଲି ନୋଟ୍ ଦେବାକୁ ଆସୁଥିବା ସୂଚନା ପାଇ ପୁଲିସ ଜାଲ ବିଛାଇ ସେମାନଙ୍କୁ ଧରିଥିଲା । ପରେ ସେମାନଙ୍କ ସୂଚନା ଅନୁସାରେ ଅନ୍ୟ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।