32.1 C
Bhubaneswar
Saturday, June 22, 2024
Homeଦେଶ ବିଦେଶକେରଳରେ ପହଞ୍ଚିଲା ୪୫ ମୃତଦେହ

କେରଳରେ ପହଞ୍ଚିଲା ୪୫ ମୃତଦେହ

କେରଳ : ଭାରତୀୟଙ୍କ ମୃତଦେହ ଧରି କେରଳରେ ପହଞ୍ଚିଲା ବାୟୁସେନା ବିମାନ । କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ ଭାରତୀୟଙ୍କ ମୃତହେଦକୁ ଧରି କେରଳରେ ପହଞ୍ଚିଲା ବାୟୁସେନା ବିମାନ। କୋଚିନ ଅନ୍ତର୍ଜାତିୟ ବିମାନ ବନ୍ଦରରେ ପହଞ୍ଚିଲା ମୃତଦେହ । ବିମାନରେ ବୈଦେଶିକ ବ୍ୟାପାର ସ୍ୱରାଷ୍ଟ୍ରମନ୍ତ୍ରୀ କିର୍ତ୍ତୀବର୍ଦ୍ଧନ ସିଂହ ମଧ୍ୟ ଆସିଛନ୍ତି। କୁଏତରୁ ମୃତଦେହ ଆଣିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ସୂଚନା ଯୋଗ୍ୟ ଯେ, ଦକ୍ଷିଣ କୁଏତର ମନଗଫ ଅଞ୍ଚଳରେ ଥିବା ଏକ କୋଠାରେ ଅଗ୍ନିକାଣ୍ଡ ଘଟି ୪୫ ଭାରତୀୟଙ୍କ ସମେତ ୪୯ ଜଣଙ୍କ ମୃତ୍ୟୁ ଘଟିଥିଲା। ଦକ୍ଷିଣ ଅହମଦୀ ପ୍ରଦେଶ ଅନ୍ତର୍ଗତ ମନଗଫ ଅଞ୍ଚଳରେ ଏହି ଅଘଟଣ ଘଟିଥିଲା। ମୃତ ଭାରତୀୟଙ୍କ ମଧ୍ୟରେ ୨୪ ଜଣ କେରଳର ଶ୍ରମିକ ଥିଲେ। ଏହା ସହିତ ଓଡ଼ିଶାର ଦୁଇ ଜଣ କର୍ମଚାରୀ ରହିଥିଲେ। ଏମାନେ ସେଠାକାର ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ। କମ୍ପାନୀ ପକ୍ଷରୁ ଦିଆଯାଇଥିବା ୬ମହଲା କୋଠାରେ ସେମାନେ ରହୁଥିଲେ। ନାଇଟ୍‌‌ ଡ୍ୟୁଟି ସାରି କର୍ମଚାରୀମାନେ ଶୋଇଥିବାବେଳେ ତଳ ମହଲାରେ ଥିବା ରୋଷେଇ ଘରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ତାହା ଧୀରେ ଧୀରେ ଅନ୍ୟ ସମସ୍ତ କୋଠାକୁ ବ୍ୟାପିଯାଇଥିଲା। ଶୋଇଥିବା କାରଣରୁ କର୍ମଚାରୀମାନେ ବାହାରକୁ ବାହାରିପାରି ନ ଥିଲେ। ଫଳରେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ। ଏହି ଘଟଣାରେ ଅନ୍ୟ ୫୦ ଜଣ ଆହତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking