30.1 C
Bhubaneswar
Thursday, March 19, 2026
Homeଦେଶ ବିଦେଶଦକ୍ଷିଣ ମେକ୍ସିକୋରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୪୧ ମୃତ

ଦକ୍ଷିଣ ମେକ୍ସିକୋରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୪୧ ମୃତ

ମେକ୍ସିକୋ : ଦକ୍ଷିଣ ମେକ୍ସିକୋରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୪୧ ଜଣଙ୍କର ମୃତ୍ୟୁ ଘଟିଛି। ମେକ୍ସିକୋର ଟବାସ୍କୋ ରାଜ୍ୟ ସରକାର ଏକ ବିବୃତିରେ କହିଛନ୍ତି ଯେ, ୪୮ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଏକ ଟ୍ରକ୍ ସହିତ ଧକ୍କା ଦେଇଥିଲା। ବସ୍‌ଟି କାନକୁନ୍‌ରୁ ଟବାସ୍କୋ ଯାଉଥିଲା। ଏହି ଦୁର୍ଘଟଣାରେ ବସ୍‌ରେ ଥିବା ୩୮ ଜଣ ଯାତ୍ରୀ ଏବଂ ଦୁଇ ଜଣ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଟ୍ରକର ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ନ୍ୟୁଜ୍ ଏଜେନ୍ସି ରଏଟର୍ସ କିଛି ଫଟୋ ଜାରି କରିଛି, ଯେଉଁଥିରେ ଦର୍ଶାଯାଇଛି ଯେ, ଧକ୍କା ପରେ ବସ୍‌ରେ ନିଆଁ ଲାଗି ଯାଇଥିଲା ଏବଂ ଏହା ସମ୍ପୂର୍ଣ୍ଣ ଜଳି ଯାଇଥିଲା।  ଟବାସ୍କୋ ଅଧିକାରୀମାନେ କହିଛନ୍ତି ଯେ, ଏପର୍ଯ୍ୟନ୍ତ ୩୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ କହିଛନ୍ତି ଦୁର୍ଘଟଣାଗ୍ରସ୍ତ ବସ୍‌ରୁ ପ୍ରମାଣ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବସ୍ ଅପରେଟର ଟୁର୍ସ ଆକୋଷ୍ଟା ଫେସବୁକରେ ଏକ ବିବୃତିରେ ଦୁର୍ଘଟଣାକୁ ନିଶ୍ଚିତ କରିଛନ୍ତି ଏବଂ ଯାହା ଘଟିଛି ସେଥିପାଇଁ “ଗମ୍ଭୀର ଭାବରେ ଦୁଃଖିତ” ବୋଲି କହିଛନ୍ତି। ବସ୍ ଅପରେଟର ଟୁର୍ସ ଆକୋଷ୍ଟା କହିଛନ୍ତି, ‘ସାର୍ବଜନୀନ ମନ୍ତ୍ରଣାଳୟ ଆମକୁ ଜଣାଇଛି ଯେ, ତଦନ୍ତ କାଣ୍ଡେଲାରିଆର କାମପେଚେ ସ୍ଥିତ ପୌରପାଳିକାର ପବ୍ଲିକ ପ୍ରସିକ୍ୟୁଟର କାର୍ଯ୍ୟାଳୟରେ କରାଯିବ। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଏବଂ ସମ୍ପର୍କୀୟମାନଙ୍କୁ ଆବଶ୍ୟକ ପ୍ରକ୍ରିୟା ପୂରଣ କରିବା ପାଇଁ ଏହି ବିଭାଗକୁ ଯିବାକୁ ପଡିବ । ସ୍ଥାନୀୟ ପୌର ପରିଷଦ, ପାଲାସିଓ ମ୍ୟୁନିସିପାଲ୍ ଡି କୋମାଲକାଲ୍କୋ କହିଛି, ବସ୍ ଦୁର୍ଘଟଣାରେ ମୃତକଙ୍କ ମୃତଦେହକୁ ସେମାନଙ୍କ ଜନ୍ମସ୍ଥାନକୁ ନେବା ପାଇଁ  ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking