27.1 C
Bhubaneswar
Friday, November 22, 2024
Homeଓଡିଶାଓଡ଼ିଶାକୁ ସିଧାସଳଖ ଅଯୋଧ୍ୟା ସହ ସଂଯୋଗ କରିବ ୪ ଆସ୍ଥା ଏକ୍ସପ୍ରେସ

ଓଡ଼ିଶାକୁ ସିଧାସଳଖ ଅଯୋଧ୍ୟା ସହ ସଂଯୋଗ କରିବ ୪ ଆସ୍ଥା ଏକ୍ସପ୍ରେସ

ଭୁବନେଶ୍ୱର: ଓଡ଼ିଶାକୁ ସିଧାସଳଖ ଅଯୋଧ୍ୟା ସହ ସଂଯୋଗ କରିବ ୪ ଆସ୍ଥା ଏକ୍ସପ୍ରେସ । ସୂଚନା ମୁତାବକ ଗୋଟିଏ ଆସ୍ଥା ଏକ୍ସପ୍ରେସ ଆସନ୍ତା ୩୧ ତାରିଖରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରୁ ବାହାରି ଓଡ଼ିଶାର ବିଭିନ୍ନ ଷ୍ଟେସନ ଦେଇ ଅଯୋଧ୍ୟା ଧାମ ଯିବ। ବ୍ରହ୍ମପୁର, ଛତ୍ରପୁର, ବାଲୁଗାଁ, ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, ନରାଜ ମାର୍ଥାପୁର, ଢେଙ୍କାନାଳ, ଅନୁଗୋଳ, ବଇଣ୍ଡା, ରେଢାଖୋଲ, ସମ୍ବଲପୁର, ଝାରସୁଗୁଡ଼ା ରୋଡ଼, ଇବ ଷ୍ଟେସନରେ ରହିବ। ସେହି ଟ୍ରେନ ଫେବୃଆରୀ ୩ ତାରିଖରେ ଅଯୋଧ୍ୟା ଧାମ ଛାଡ଼ି ଓଡ଼ିଶା ଦେଇ ପୁଣି ଗୁଣ୍ଟୁରରେ ପହଞ୍ଚିବ।ସେହିପରି ଦ୍ୱିତୀୟ ଆସ୍ଥା ଏକ୍ସପ୍ରେସ ଫେବୃଆରୀ ୪ରେ ବିଜୟୱାଡ଼ାରୁ ଛାଡ଼ି ଅଯୋଧ୍ୟା ଧାମ ଯିବ। ସେଠାରୁ ପୁଣି ୭ରେ ଫେରିବ। ଫେବୃଆରୀ ୭ ତାରିଖରେ ରାଜମହେନ୍ଦ୍ରିରୁ ବାହାରି ଅଯୋଧ୍ୟା ଧାମ ଯିବ। ୧୦ରେ ସେହି ଆସ୍ଥା ଏକ୍ସପ୍ରେସ ଅଯୋଧ୍ୟାଧାମ ଛାଡ଼ି ଓଡ଼ିଶା ହୋଇ ରାଜମହେନ୍ଦ୍ରୀରେ ପହଞ୍ଚିବ। ଚତୁର୍ଥ ଆସ୍ଥା ଏକ୍ସପ୍ରେସ ଫେବୃଆରୀ ୧୧ରେ ସାମଲକୋଟରୁ ଛାଡ଼ିବ। ସେହି ଟ୍ରେନ ଫେବୃଆରୀ୧୪ରେ ଅଯୋଧ୍ୟା ଧାମରୁ ଓଡ଼ିଶା ଦେଇ ସାମଲକୋଟରେ ପହଞ୍ଚିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking