27.1 C
Bhubaneswar
Saturday, October 19, 2024
Homeଅପରାଧସୁନା ଦୋକାନରୁ ଲୁଟ୍ ଉଦ୍ୟମ ପଣ୍ଡ:  ଧରାପଡ଼ିଲେ ୪

ସୁନା ଦୋକାନରୁ ଲୁଟ୍ ଉଦ୍ୟମ ପଣ୍ଡ:  ଧରାପଡ଼ିଲେ ୪

ଆସିକା : ଆସିକା ଥାନା ଅଧିନସ୍ଥ ଏକ ସୁନା ଦୋକାନରୁ ଡକାୟତି ଉଦ୍ୟମ ଯୋଜନାକୁ ପଣ୍ଡ କରିଛି ପୋଲିସ୍ । ଡକାୟତ ଗ୍ୟାଙ୍ଗର ୪ଜଣ ସଦସ୍ୟଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଖସି ପଳାଇବାରେ ସକ୍ଷମ ହୋଇଛି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଥିବା ନେଇ ଆସିକା ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏସ୍‌ଡିପିଓ ଉମା ଶଙ୍କର ସିଂ ଓ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଉପରୋକ୍ତ ସୂଚନା ଦେବା ସହ ଗିରଫ ବ୍ୟକ୍ତିଙ୍କ ଅପରାଧିକ ନେଟ୍‌ୱର୍କ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ।

ଗତକାଲି ରାତ୍ରରେ ଗଞ୍ଜାମ ଜିଲ୍ଲା ଆସିକା ଥାନା ଚାରିମାଇଲି ଛକ ବିଶ୍ରାମଗାର ମଧ୍ୟରେ କିଛି ଅସାମାଜିକ ବ୍ୟକ୍ତି ଅସ୍ତ୍ରଶସ୍ତ୍ର ରଖି ଡକାୟତି ଯୋଜନା କରୁଥିଲେ । କୌଣସି ସୂୂତ୍ରରୁ ଖବର ପାଇ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ପୋଲିସ୍ ଟିମ୍ ସେଠାରେ ଚଢ଼ଉ କରିଥିଲା । ଘଟଣାସ୍ଥଳରୁ ଜଣେ ଅଭିଯୁକ୍ତ ଖସି ପଳାଇବାରେ ସଫଳ ହୋଇଥିବା ବେଳେ ଅନ୍ୟ ୪ ଜଣକୁ ପୋଲିସ୍ ଗିରଫ କରିଥିଲା । ଗିରଫ ଅଭିଯୁକ୍ତଙ୍କ ନିକଟରୁ ଚାରୋଟି ପିସ୍ତଲ,୧୬ ରାଉଣ୍ଡ ଗୁଳି, ଦୁଇଟି ଖଣ୍ଡା, ୮ଟି ଜୀବନ୍ତ ବୋମା ସହ ଦୁଇଟି ବାଇକ ଜବତ ହୋଇଛି । ଏହି ଡକାୟତି ଗ୍ୟାଙ୍ଗ ଅଞ୍ଚଳର ଗୋଟିଏ ସୁନା ଦୋକାନରୁ ଡକାୟତି ଯୋଜନା କରୁଥିଲେ । ଏହି ଗ୍ୟାଙ୍ଗରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ଗିରଫ ଅଭିଯୁକ୍ତଙ୍କ ନାମରେ କେଉଁ କେଉଁ ଥାନାରେ  ଅପରାଧିକ ମାମଲା ରହିଛି ତାହାର ପୋଲିସ୍ ଖୋଳତାଡ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking