28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶଇସ୍ରାଏଲ ଆକ୍ରମଣରେ ୩୯ ପାଲେଷ୍ଟିନୀୟ ମୃତ

ଇସ୍ରାଏଲ ଆକ୍ରମଣରେ ୩୯ ପାଲେଷ୍ଟିନୀୟ ମୃତ

ଜେରୁଜେଲମ୍‌: ଇସ୍ରାଏଲ ସେନା ପକ୍ଷରୁ ପାଲେଷ୍ଟାଇନ ଅନ୍ତର୍ଗତ ଗାଜାର ବିଭିନ୍ନ ସ୍ଥାନରେ କରାଯାଇଥିବା ସଦ୍ୟ ବୋମାମାଡ ଯୋଗୁ ପ୍ରାୟ ୩୯ ଜଣ ପ୍ରାଣ ହରାଇଥିବା ଜଣାପଡିଛି । ଶନିବାର ମଧ୍ୟରାତ୍ରୀ ସମୟରେ ଇସ୍ରାଏଲର ଯୁଦ୍ଧବିମାନଗୁଡିକ ଗାଜାସ୍ଥିତ ଏକ ଶିବିର ଉପରେ ପ୍ରବଳ ବୋମାମାଡ କରିଥିବା ବେଳେ ଏଥିରେ ୧୭ ଜଣଙ୍କର ପ୍ରାଣହାନୀ ହୋଇଥିବା ବେଳେ ରବିବାର ସକାଳ ସମୟରେ ପୁଣିଥରେ ଇସ୍ରାଏଲ ବିମାନ ଆକ୍ରମଣ କରିଥିଲେ । ଏଥିରେ ଏକ ବହୁତଳ ବିଶିଷ୍ଟ କୋଠାକୁ ଲକ୍ଷ୍ୟକରି ବୋମାମାଡ କରାଯିବା ଫଳରେ ପ୍ରାୟ ୧୩ ଜଣ ପ୍ରାଣ ହରାଇଥିଲେ । ସେହିପରି ଗାଜାର ଅନ୍ୟ ଠିକଣାରେ ମଧ୍ୟ ଆକ୍ରମଣ ଯୋଗୁ ୯ ଜଣଙ୍କର ମୃତ୍ୟୁ ହୋଇଛି ।  ସେହିପରି ଏସବୁ ଆକ୍ରମଣ ଦ୍ୱାରା ପ୍ରାୟ ଶତାଧିକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ପ୍ରକାଶ, ଇସ୍ରାଏଲ ସ୍ଥଳସେନାର ଟ୍ୟାଙ୍କଗୁଡିକ ବର୍ତ୍ତମାନ ରାଫା ଆଡକୁ ଦ୍ରୁତଗତିରେ ଅଗ୍ରସର ହେଉଥିବା ଜଣାପଡିଛି । ରାଫାରେ ଥିବା ହମାସ୍ ସଂଗଠନର ଶେଷ ଆଡ୍ଡାସ୍ଥଳୀଗୁଡିକୁୁ ସମ୍ପୂର୍ଣ୍ଣ ଧ୍ୱଂସ କରାଯିବା ପର୍ଯ୍ୟନ୍ତ ଆକ୍ରମଣ ଜାରି ରହିବ ବୋଲି ଇସ୍ରାଏଲ ସ୍ପଷ୍ଟ କରିଛି । ସୂଚନାଯୋଗ୍ୟ ମୃତକଙ୍କ ମଧ୍ୟରେ ସ୍ଥାନୀୟ ଅଞ୍ଚଳର କେତେକ ସାମ୍ବାଦିକ ମଧ୍ୟ ସାମିଲ ଥିବା କୁହାଯାଉଛି । ଏପର୍ଯ୍ୟନ୍ତ ଇସ୍ରାଏଲ ଆକ୍ରମଣରେ ୧୫୧ ସାମ୍ବାଦିକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking