ଭୁବନେଶ୍ୱର: ଏନବିଡବ୍ଲୁ ଜାରି ହେଲା ପରେ ବି ଖୁଲମ ଖୁଲା ବୁଲୁଛନ୍ତି ଅପରାଧୀ । ହଜାର ହଜାର ଅପରାଧୀଙ୍କ ନାଁରେ ଗିରଫ ପରୱାନା ଅଛି । ରାଜ୍ୟରେ ୩୪ ହଜାର ୬୩୬ ଜଣଙ୍କ ନାଁରେ ଗିରଫ ପରୱାନା ଜାରି କରାଯ।।ଇଛି । ଏନ୍ବିଡବ୍ଲୁ ପରେ ବି ଏଯାଏଁ ହୋଇନାହାନ୍ତି ଗିରଫ । ସର୍ବାଧିକ ପୁରୀରେ ୨ ହଜାର ୪୫୭ ଜଣଙ୍କ ନାଁରେ ଏନ୍ବିଡବ୍ଲୁ । ଭଦ୍ରକରେ ୨୪୨୩, ବାଲେଶ୍ୱରରେ ୨୧୩୪ ଓ ଭୁବନେଶ୍ୱରରେ ୧୯୫୬ ଅପରାଧୀ ଖୁଲମ ଖୁଲା ବୁଲୁଛନ୍ତି । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ବିଧାନସଭା ଶୀତ କାଳୀନ ଅଧିବେଶନର ଦଶମ ଦିନ । ସ୍ୱାଭାବିକ ଚାଲିଛି ପ୍ରଶ୍ନକାଳ । ବିଭିନ୍ନ ବିଭାଗର ମନ୍ତ୍ରୀ ବିଧାୟକ, ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ଗୃହରେ ରଖୁଛନ୍ତି ।










