ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନ ପରିଷଦରେ ଖାଲିପଡ଼ିଥିବା ତିନିଟି ଆସନ ପାଇଁ ଜୁନ୍ ୩୦ ତାରିଖରେ ଉପନିର୍ବାଚନ ହେବ । ଏ ନେଇ ମଙ୍ଗଳବାର ନିର୍ବାଚନ କମିଶନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତି ଅନୁସାରେ ଜୁନ୍ ୧୩ରେ ଅଧିସୂଚନା ଜାରି କରାଯିବ । ସେହିପରି ଜୁନ୍ ୨୦ ପ୍ରାର୍ôଥପତ୍ର ଦାଖଲର ଶେଷ ତାରିଖ ହୋଇଥିବା ବେଳେ ୨୧ ତାରିଖରେ ଏହା ଯାଞ୍ଚ୍ କରାଯିବ । ଜୁନ୍ ୨୩ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ।
ମତଦାନ ଜୁନ୍ ୩୦ ତାରିଖ ସକାଳ ୯ଟାରୁ ଅପରାହ୍ଣ ୪ଟା ମଧ୍ୟରେ ଅନୁଷ୍ଠିତ ହେବ, ଯେଉଁଥିରେ ବିଧାନସଭା ସଦସ୍ୟମାନେ ଅଂଶଗ୍ରହଣ କରିବେ । ସେହିଦିନ ସନ୍ଧ୍ୟା ୫ଟାରେ ମତଗଣନା ହେବ । ଜୁଲାଇ ୪ ତାରିଖ ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ଶେଷ କରାଯିବ ବୋଲି କମିଶନ ପକ୍ଷରୁ କୁହାଯାଇଛି ।
ସୂଚନଯୋଗ୍ୟ, ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ବାବୁରାଓ ଚିଞ୍ଚନସୁର୍, ଆର୍ ଶଙ୍କର ଏବଂ ଲକ୍ଷ୍ମଣ ସାଦ୍ଭି ଇସ୍ତଫା ଦେବାରୁ ଏହି ଆସନଗୁଡ଼ିକ ଖାଲି ହୋଇଥିଲା । ତେବେ ସାଦ୍ଭିଙ୍କ ବ୍ୟତୀତ ଅନ୍ୟ ଦୁଇଜଣ ହାରିଯାଇଥିଲେ ।