34.1 C
Bhubaneswar
Saturday, May 18, 2024
Homeଓଡିଶାଟ୍ରେନ୍ ଟ୍ରାଜେଡି: ୩୦ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା, ୨୦୦ ଆହତ, ମୃତ୍ୟୁ ସଂଖ୍ୟା ବଢ଼ିପାରେ

ଟ୍ରେନ୍ ଟ୍ରାଜେଡି: ୩୦ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା, ୨୦୦ ଆହତ, ମୃତ୍ୟୁ ସଂଖ୍ୟା ବଢ଼ିପାରେ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ ଆଜି ସନ୍ଧ୍ୟାରେ ଘଟିଛି ଏକ ଭୟାବହ ରେଳ ଦୁର୍ଘଟଣା । କୋଲକାତାରୁ ଶାଲିମାର ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍ ଟ୍ରେନ୍ (୧୨୮୪୧-ଅପ୍‌) ଦ୍ରୁତଗତିରେ ବାହାନଗା ଷ୍ଟେସନ୍ ପାର ହେଇଥିବା ବେଳେ ଲାଇନଚ୍ୟୁତ ହୋଇ ଏକ ମାଲଗାଡ଼ି ସହ ଧକ୍କା ଖାଇଥିଲା । ଏହି ଭୟାବହ ଦୁର୍ଘଟଣାରେ ୩୦ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଦକ୍ଷିଣପୂର୍ବ ରେଳ ପକ୍ଷରୁ କୁହାଯାଇଛି । ଏହି ଘଟଣାରେ ୨୦୦ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କ ମଧ୍ୟରୁ ୪୭ ଜଣଙ୍କୁ ବାଲେଶ୍ୱର ମେଡିକାଲ କଲେଜ ଓ ୧୩୨ ଜଣଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଏହି ସଂଖ୍ୟା ବୃଦ୍ଧିପାଇବ ବୋଲି ଘଟଣାସ୍ଥଳରୁ ମିଳିଥିବା ତଥ୍ୟ କହୁଛି ।

ବର୍ତ୍ତମାନ ସେଠାରେ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି । ଆହତ ଏବଂ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ବାହାନଗା, ସୋର ଓ ବାଲେଶ୍ୱର ଡାକ୍ତରଖାନାକୁ ଆମ୍ବୁଲାନ୍ସ ମାଧ୍ୟମରେ ନିଆଯାଉଛି । ସ୍ଥାନୀୟ ଲୋକଙ୍କର ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାସ୍ଥଳକୁ ଏନ୍‌ଡିଆରଏଫ୍ ଓ ଓଡ୍ରାଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଦୁର୍ଘଟଣାସ୍ଥଳରେ ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ହୋଇଥିବା ବେଳେ ହେଲ୍‌ପଲାଇନ୍ ନମ୍ବର ଜାରି ହୋଇଛି । ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣାରେ ପୀଡିତ ପରିବାର ଲୋକଙ୍କ ପାଇଁ ହେଲ୍‌ପଲାଇନ୍ ନମ୍ବର ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking