16.1 C
Bhubaneswar
Saturday, January 11, 2025
Homeଅପରାଧଚୋରି ଘଟଣାରେ ଅଭିଯୁକ୍ତଙ୍କୁ ୩ ବର୍ଷ କାରାଦଣ୍ଡ

ଚୋରି ଘଟଣାରେ ଅଭିଯୁକ୍ତଙ୍କୁ ୩ ବର୍ଷ କାରାଦଣ୍ଡ

ଭୁବନେଶ୍ୱର: ମହିଳା ପୁଲିସ କନେଷ୍ଟେବଳ ମିନତୀ ବାଳାଙ୍କ ସୁନା ଚେନ ଛୀନତାଇ ଅଭିଯୋଗର ବିଚାର କରି ଆଜି ଭୁବନେଶ୍ୱର ସ୍ଥିତ ପ୍ରଥମ ଶ୍ରେଣୀ ବିଚାରପତି (୫) ସବ୍ୟସାଚୀ ପଣ୍ଡା ଆସାମୀ ଚନ୍ଦନ ନାୟକକୁ ତିନି ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଷ କରିଛନ୍ତି । ସୂଚନା ମୁତାବକ ଗତ ବର୍ଷ ଏପ୍ରେଲ ୨୮ ତାରିଖ ଦିନ ଡିସିପି ଅଫିସରେ କାର୍ଯ୍ୟରତ ଥିବା ପୁଲିସ କନେଷ୍ଟେବଳ ମିନତୀ ବାଳା ଦଳେଇ ନିଜର ଡିଉଟି ସାରି ବରମୁଣ୍ଡାରୁ ନିଜ ଘରକୁ ସ୍କୁଟିରେରେ ରାତ୍ର ୯ଟା ସମୟରେ ଫେରୁଥିବା ସମୟରେ ଅଚାନକ ବରମୁଣ୍ଡା ଓଭର ବ୍ରିଜ ଉପରେ ଦୁଇ ଅଜଣା ବ୍ୟକ୍ତି ଏକ ମୋଟର ସାଇକେଲରେ ଆସି ତାଙ୍କ ବେକରୁ ସୁନା ଚେନ ଟିକୁ ଛଡାଇନେବା ଫଳରେ ସେ ଗାଡ଼ିରୁ ତଳେ ପଡିଯାଇଥିଲେ ।

ଯାହାଦ୍ୱାରା ତାଙ୍କ ଶରୀରରେ ଗଭୀର ଆଘାତ ହୋଇଥିଲା । ମିନତୀଙ୍କ ଏତାଲା ଆଧାରରେ ଖଣ୍ଡଗିରିଥାନା ଏକ ମାମଲା ରୁଜୁ କରାଯାଇଥିବା ବେଳେ ଥାନାର ତତ୍କାଳୀନ ଏସଆଇ ଦେବଦତ୍ତ ସାମନ୍ତରାୟ ଏହାର ତଦନ୍ତ କରିବା ସହିତ ଚନ୍ଦନ ନାଏକ ଗିରଫ କରି ତାଙ୍କ ନିକଟରୁ ଲୁଟ ସୁନା ଚେନ ଜବତ କରିଥିଲେ । ଏହି ମାମଲାରେ ମାନ୍ୟବର ଅଦାଲତ ୬ ଜଣ ସାକ୍ଷୀ ମାନଙ୍କ ବୟାନ ରେକର୍ଡ କରି ଓ ୧୫ଟି ଦସ୍ତାବିଜକୁ ଗ୍ରହଣ କରି ମାନ୍ୟବର ଅଦାଲତ ଚନ୍ଦନ ନାୟକଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking