ଭୁବନେଶ୍ୱର : ଓଟିଇଟି ପରୀକ୍ଷା ବେଳେ ଅବହେଳା ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କାର୍ଯ୍ୟରେ ଅବହେଳା ଦର୍ଶାଇ ୩ ଶିକ୍ଷକଙ୍କୁ ନିଲମ୍ବନ କଲେ ଦେବଗଡ ସିଇଓ । ପରୀକ୍ଷା ନିରିକ୍ଷକ ଦାୟିତ୍ୱରେ ଥିବା ବିଶ୍ୱନାଥ କିଷାନ ନିଲମ୍ବିତ ହୋଇଛନ୍ତି ।
୨ ଶିକ୍ଷକ ସୁଶାନ୍ତ ରାୟ ଓ ରଞ୍ଜିତା ମିଶ୍ର ମଧ୍ୟ ନିଲମ୍ବିତ ହୋଇଛନ୍ତି । ଶୁକ୍ରବାର ଦେବଗଡ ସହକାରୀ ବାଳିକା ବିଦ୍ୟାଳୟରେ ଓଟିଇଟି ପରୀକ୍ଷା ଚାଲିଥିଲା । ପ୍ରଶ୍ନପତ୍ର ଲିକ ଅଭିଯୋଗ ପରେ ଜଣେ ପରୀକ୍ଷାର୍ଥୀଙ୍କ ମୋବଇଲ ଜବତ ହୋଇଥିଲା ।
ସୂଚନାଯୋଗ୍ୟଯେ, ଦେବଗଡ ଜିଲ୍ଲାର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପରିକ୍ଷାର୍ଥୀ ରଜନୀ ବେହେରା ପରୀକ୍ଷା କେନ୍ଦ୍ରକୁ ଫୋନ ଲୁଚାଇ ନେଇଥିଲେ । ପ୍ରଶ୍ନପତ୍ରର ଫଟୋ ଉଠାଇବାକୁ ଚେଷ୍ଟା କରୁଥିବା ସମୟରେ ପରୀକ୍ଷା ନିୟନ୍ତ୍ରକଙ୍କ ହାତରେ ଧରା ପଡିଥିଲେ । ତେବେ ପ୍ରଶ୍ନପତ୍ର ଲିକ ହେବାର ପ୍ରଶ୍ନ ଉଠୁନି ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଥିଲେ ।