30.1 C
Bhubaneswar
Saturday, July 6, 2024
Homeଓଡିଶାଡିବିରି ଫାଟି ୩ ଗୁରୁତର, ନାବାଳିକା ମୃତ

ଡିବିରି ଫାଟି ୩ ଗୁରୁତର, ନାବାଳିକା ମୃତ

ସୋରଡ଼ା: ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ବନ୍ଧାଗୋଚ୍ଛା ଗାଁରେ ବଡ଼ ଧରଣର ଅଘଟଣ ଘଟିଛି l ପେଟ୍ରୋଲ ଦୀପ ଲଗାଇବା ବେଳେ ଦୀପ ଫାଟି ୩ଜଣ ଗୁରୁତର ହୋଇଥିବା ବେଳେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି l ସୂଚନା ପ୍ରକାରେ ଅଂଚଳରେ ହାତୀ ଉପଦ୍ରଵ ଯୋଗୁଁ ସୁରକ୍ଷା ଦୃଷ୍ଟିରୁ ବିଦ୍ୟୁତ ବିଭାଗ ବିଦ୍ୟୁତ୍‌ କାଟ କରିଥିଲେ l ବନ୍ଧାଗୋଚ୍ଛା ଗ୍ରାମର ଛବି ନାଇକ ରାତିର ଅନ୍ଧାରରେ ଟିକିଏ ଆଲୋକ ପାଇଁ କିରୋସିନ ଅଭାବ ଥିବାରୁ ଘରେ ଥିବା କିଛି ପେଟ୍ରୋଲକୁ ବ୍ୟବହାର କରିଥିଲେ l ଯାହା ଫଳରେ ପେଟ୍ରୋଲ ଦୀପ ଫାଟିଯାଇ ୪ଜଣ ଆହତ ହୋଇଥିଲେ l

ଗ୍ରାମବାସୀ ମାନେ ସମସ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସୋରଡା ଡାକ୍ତରଖାନାକୁ ଆଣିଥିଲେ l ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଉତ୍ତମ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ଆହତ ଦୁଇ ଜଣ ଧୋବୁଣି ନାଇକ ଓ ଛବି ନାଇକ ଏବଂ ଗୁରୁତର ଦୁଇ ସୁଷମା ନାଇକ ଓ ତାଙ୍କ ଝିଅ ଅଞ୍ଜଳି ନାଇକ (୬) l ଗୁରୁତର ଓ ଆହତ ମାନେ ସମସ୍ତେ ଗୋଟିଏ ପରିବାର ହୋଇଥିବା ବେଳେ ସମସ୍ତେ ଗୁରୁତର ଅଛନ୍ତି ।

ଖବର ପାଇ ସୋରଡ଼ା ଅଗ୍ନିଶମ ଅଧିକାରୀ ବିଶ୍ୱଜିତ ବରାଳ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରୁ ଗୁରୁତର ଦୁଇ ଜଣଙ୍କୁ ଆମ୍ଭୁଲାନ୍ସ ଯୋଗେ ବ୍ରହ୍ମପୁର ପଠାଯାଇଛି । ଆଜି ଚିକିତ୍ସାଧୀନ ଅବସ୍ଥାରେ ଗୁରୁତର ଆହତ ହୋଇ ଥିବା ନାବାଳିକା ଅଞ୍ଜଳି ନାୟକଙ୍କ ମୃତୁ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking