31.1 C
Bhubaneswar
Sunday, May 19, 2024
Homeଓଡିଶାଶିମିଳିପାଳ ସୁରକ୍ଷାରେ ନିୟୋଜିତ ହେବେ ୩ ପ୍ଲାଟୁନ୍ ପୁଲିସ ଫୋର୍ସ

ଶିମିଳିପାଳ ସୁରକ୍ଷାରେ ନିୟୋଜିତ ହେବେ ୩ ପ୍ଲାଟୁନ୍ ପୁଲିସ ଫୋର୍ସ

ବାରିପଦା: ଶିମିଳିପାଳ ସୁରକ୍ଷାରେ ନିୟୋଜିତ ହେବେ ପୁଲିସ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭାରପ୍ରାପ୍ତ କ୍ଷେତ୍ର ନିର୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରକାଶ ଚାନ୍ଦ ଗୋଗିନେନି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ମୁଖ୍ୟ ଶାସନ ସଚିବ ଶିମିଳିପାଳ ସୁରକ୍ଷା ପାଇଁ ୩ ପ୍ଲାଟୁନ୍ ପୁଲିସ ଫୋର୍ସ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ଏହାସହ ଯଥାଶୀଘ୍ର ଅନ୍ୟାନ୍ୟ ଡିଭିଜନରୁ ୧୫୦ ଜଣ ବନ କର୍ମଚାରୀଙ୍କୁ ଆଣି ଶିମିଳିପାଳ ସୁରକ୍ଷା ଦାୟିତ୍ବରେ ଲଗାଯିବା ବୋଲି ସୂଚନା ଦେଇଛନ୍ତି ଶ୍ରୀ ଗୋଗିନେନି ।

ଗତ ୨୩ ତାରିଖରୁ ଓଡ଼ିଶା ଅଣଗେଜେଟେଡ୍ ବନସେବା କର୍ମଚାରୀ ସଂଘ ଡାକରାରେ ୨୪୧ ଜଣ ବନ କର୍ମଚାରୀ ଆନ୍ଦୋଳନରେ ରହିଥିବାବେଳେ ଜୁଲାଇ ୧ ରୁ ୭ ଦଫା ଦାବିରେ ୬୦୦ ପ୍ରୋଟେକ୍ସନ ଆସିଷ୍ଟାଣ୍ଟ କାର୍ୟ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଫଳରେ ବର୍ତ୍ତମାନ ୮୦୦ରୁ ଅଧିକ ବନ କର୍ମଚାରୀ ଶିମିଳିପାଳ ଜଙ୍ଗଲରେ ଡ୍ୟୁଟି ନ କରିବା ଫଳରେ ଶିମିଳିପାଳ ଅଭୟାରଣ୍ୟ ଏବେ ମୁକୁଳା ପଡିଛି । ଶିମିଳିପାଳରେ ଦୁଇ ବନକର୍ମଚାରୀ ଶିକାରୀ ଗୁଳିରେ ନିହତ ହେବା ପରେ ଆନ୍ଦୋଳନରତ ବନକର୍ମଚାରୀ ମଧ୍ୟ ଅସୁରକ୍ଷିତ ମନେ କରୁଛନ୍ତି । ବିଭିନ୍ନ ଦାବି ନେଇ ଉଭୟ ସଂଘ ଆନ୍ଦୋଳନ ଜାରି ରଖିଛନ୍ତି । ଦାବି ଗୁଡିକ ଯଥାର୍ଥ ଥିବା ଦର୍ଶାଇ ଯଥାଶୀଘ୍ର ଦାବି ପୂରଣ ପାଇଁ ଅଡି ବସିଛନ୍ତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking