ଭୁବନେଶ୍ୱର: ହୀରାକୁଦରେ ଖୋଲିଲା ଆଉ ତିନି ଗେଟ୍ । ଗତକାଲି ହୀରାକୁଦ ଜଲଭଣ୍ଡାର ୫ଟି ଗେଟ ଖୋଲି ପ୍ରଥମେ ବନ୍ୟାଜଳ ନିଷ୍କାସନ କରିଥିଲା । ହେଲେ ହୀରାକୁଦ ଜଳସ୍ତର ଧିରେ ଧିରେ ବଢୁଥିବା ଯୋଗୁଁ ଆଜି ଆଉ ୩ଟି ଗେଟ ଖୋଲିବାକୁ ନିଷ୍ପତି ନେଇଛି କର୍ତୃପକ୍ଷ । ତେବେ ଆଗକୁ ବଡ଼ ବର୍ଷା ଥିବାରୁ ହୀରାକୁଦ ଜଲଭଣ୍ଡାରର ଧିରେ ଧିରେ ଜଳସ୍ତର ଆହୁରି ବଢ଼ିବାର ସମ୍ଭାବନା ରହୁଛି । ଏହାକୁ ନଜରରେ ରଖି ଡ୍ୟାମ କର୍ତୃପକ୍ଷ ଏହି ନିଷ୍ପତି ନେଇଛନ୍ତି । ତେବେ ୮ଟି ଗେଟ ଖୋଲାଥିବା ସତ୍ୱେ କୌଣସି ବନ୍ୟାଭୟ ନଥିବା କହିଛନ୍ତି ଜିଲ୍ଲା ଜରୁରୀକାଳୀନ ଅଧିକାରୀ । ଗେଟ ଖୋଲିବାକୁ ନେଇ ତଳମୁଣ୍ଡରେ ଥିବା ଅଂଚଳ ପ୍ରତି ଦୃଷ୍ଟି ରଖାଯାଇଥିବା ଜିଲ୍ଲା ଜରୁରୀକାଳୀନ ଅଧିକାରୀ କହିଛନ୍ତି ।