18.1 C
Bhubaneswar
Saturday, November 23, 2024
Homeଓଡିଶାରାଜ୍ୟରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ପାଇବେ ଟିକା

ରାଜ୍ୟରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ପାଇବେ ଟିକା

ଭୁବନେଶ୍ୱର : କରୋନା ଟିକା ପାଇଁ ରାଜ୍ୟର ସ୍ୱାସ୍ଥ୍ୟକର୍ମୀଙ୍କ ଡାଟା ବେସ୍ ପ୍ରସ୍ତୁତ ହୋଇଛି । ରାଜ୍ୟରେ ପ୍ରାୟ ୩ ଲକ୍ଷ ୨ ହଜାର ୭୦୮ ସ୍ୱାସ୍ଥ୍ୟକର୍ମୀ ଟିକା ପାଇବେ । ୨ ଲକ୍ଷ ୯୫ ହଜାର ୩୪୯ ସ୍ୱାସ୍ଥ୍ୟକର୍ମୀଙ୍କ ତଥ୍ୟ ମିଳିଛି । ରାଜ୍ୟରେ ୯୮ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀଙ୍କ ତଥ୍ୟ ପ୍ରସ୍ତୁତ ହୋଇଯାଇଛି । ରାଜ୍ୟରେ ୩.୬୮୩ ସଂସ୍ଥାଙ୍କୁ ସ୍ୱାସ୍ଥ୍ୟକର୍ମୀଙ୍କ ତଥ୍ୟ ମଗାଯାଇଛି । ୩ ହଜାର ୪୬୩ ସଂସ୍ଥା ସେମାନଙ୍କ ସ୍ୱାସ୍ଥ୍ୟକର୍ମୀଙ୍କ ତଥ୍ୟ ଦେଇଛନ୍ତି । ୯୪ ପ୍ରତିଶତ ସଂସ୍ଥା ସେମାନଙ୍କ ଡାଟା ଦେଇସାରିଛନ୍ତି । ଟିକା ପାଇଁ ସ୍ୱାସ୍ଥ୍ୟ ଓ ଅଙ୍ଗନବାଡ଼ି କର୍ମୀଙ୍କ ଡାଟା ଆହ୍ୱାନ ପ୍ରସଙ୍ଗରେ ଏଯାବତ ୯୮% ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡ଼ି କର୍ମୀ ତଥ୍ୟ ଦେଲେଣି। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ୩୬୮୩ ସରକାରୀ ଓ ଘରୋଇ ସ୍ୱାସ୍ଥ୍ୟ ସଂସ୍ଥାରୁ ଡାଟା ମଗାଯାଇଥିଲା। ୩୪୬୩ ସଂସ୍ଥା ସେମାନଙ୍କ କର୍ମଚାରୀଙ୍କ ସଂପର୍କରେ ଡାଟା ଦେଇଛନ୍ତି। ମୋଟ ୩ ଲକ୍ଷ ୨୭୦୮ ଲୋକଙ୍କ ଡାଟା ଟାର୍ଗେଟ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking