27.1 C
Bhubaneswar
Monday, November 18, 2024
Homeଦେଶ ବିଦେଶସିବିଆଇ ତଦନ୍ତର ସମ୍ମୁଖୀନ ହେବେ ୩ ଆଇଏଏସ୍

ସିବିଆଇ ତଦନ୍ତର ସମ୍ମୁଖୀନ ହେବେ ୩ ଆଇଏଏସ୍

ନୂଆଦିଲ୍ଲୀ :ଏକ ଦୁର୍ନୀତି ମାମଲାରେ ୩ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିବିଆଇ ପକ୍ଷରୁ ଉତ୍ତରପ୍ରଦେଶ ସରକାରଙ୍କ ଅନୁମତି ଲୋଡାଯାଇଛି । ଏମାନଙ୍କ ମଧ୍ୟରୁ ଦୁଇଜଣ କେନ୍ଦ୍ରୀୟ ଡେପୁଟେସନରେ ଥିବାବେଳେ ଅନ୍ୟ ଜଣେ ଉତ୍ତରପ୍ରଦେଶରେ କାର୍ଯ୍ୟରତ । ଏହି ଅଧିକାରୀମାନେ ହେଲେ କେନ୍ଦ୍ର କୃଷି ସଚିବ ସଞ୍ଜୟ ଅଗ୍ରୱାଲ, କେନ୍ଦ୍ର ଶକ୍ତି ସଚିବ ଆଲୋକ କୁମାର ଏବଂ ଉତ୍ତରପ୍ରଦେଶରେ ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ର ମିଶନ ନିର୍ଦ୍ଦେଶିକା ୟୁ.ଅପର୍ଣ୍ଣା । ଏହି ଅଧିକାରୀମାନେ ଉତ୍ତରପ୍ରଦେଶରେ କାର୍ଯ୍ୟରତ ଥିବାବେଳେ ଉତ୍ତରପ୍ରଦେଶ ପାୱାର କର୍ପୋରେସନ ଲିମିଟେଡ୍ (ୟୁପିସିଏଲ) ଦୁର୍ନୀତିରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି। ୨୦୧୭ରୁ ୨୦୧୯ ମଧ୍ୟରେ ୟୁପିସିଏଲ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌)ରେ ୪୧୨୨ କୋଟି ଟଙ୍କାର ହେରଫେର ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking