36.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶକେରଳରେ ଗତ ୨୪ ଘଣ୍ଟାରେ କରୋନାରେ ୩ ମୃତ

କେରଳରେ ଗତ ୨୪ ଘଣ୍ଟାରେ କରୋନାରେ ୩ ମୃତ

ନୂଆଦିଲ୍ଲୀ : କରୋନାର ନୂଆ ଉପ ପ୍ରଜାତି ଭୂତାଣୁ (ଜେଏନ ଡଟ୍‌ ୱାନ)ରେ ଆଉ ୨୧ଜଣ ଆକ୍ରାନ୍ତ ହୋଇଛନ୍ତି। ଏହି ୨୧ ଆକ୍ରାନ୍ତଙ୍କ ମଧ୍ୟରୁ ଗୋଆରେ ୧୯ଜଣ ମହାରାଷ୍ଟ୍ର ଓ କେରଳରେ ଜଣେ ଲେଖାଏଁ ଅଛନ୍ତି। ଜେଏନ ଡଟ୍ ୱାନ ଭୂତାଣୁ ଓମିକ୍ରନ ପ୍ରଜାତିରୁ ସୃଷ୍ଟି ହୋଇଛି। ଏହାର ମୃତ୍ୟୁହାର କମ୍ ହୋଇଥିବା ବେଳେ ସଂକ୍ରମଣ ବେଗ ଅଧିକ। ତେଣୁ ଜେଏନ୍ ଡଟ୍ ୱାନ ପ୍ରଜାତିକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ‘ଭାରିଏଣ୍ଟ ଅଫ୍ ଇନଟ୍ରେଷ୍ଟ’ ବୋଲି ବର୍ଗୀକରଣ କରିଛି। ଏହି ଉପପ୍ରଜାତି ସେପରି ଘାତକ ନୁହେଁ ବୋଲି ହୁ’ କହିଛି। ଅନ୍ୟପଟେ ଜେଏନ ଡଟ୍‌ ୱାନ ପ୍ରଜାତି ସଂକ୍ରମଣ ଆରମ୍ଭ ହୋଇଥିବା କେରଳରେ ଗତ ୨୪ ଘଣ୍ଟା ମଧ୍ୟରେ ୩ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଗତ ୨ ସପ୍ତାହ ମଧ୍ୟରେ ୧୬ଜଣ କରୋନା ସଂକ୍ରମଣରେ ପ୍ରାଣ ହରାଇଲେଣି।

ସେହିପରି ସମଗ୍ର ଦେଶରେ  ୬୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ କେବଳ କେରଳରେ ୨୯୨ଜଣ ଆକ୍ରାନ୍ତ ଅଛନ୍ତି। କେରଳ ସହିତ କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଝାଡଖଣ୍ଡରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ବୁଧବାର ଦେଶରେ ଚିହ୍ନଟ ହୋଇଥିବା ଏହି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଗତ ମେ ୨୧ ତାରିଖ ପରଠାରୁ ସର୍ବାଧିକ। ଦେଶରେ କରୋନା ସଂକ୍ରମଣର ଏପରି ବୃଦ୍ଧିକୁ ନେଇ ଆତଙ୍କିତ ନ ହେବାକୁ ନିତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲ୍ ପରାମର୍ଶ ଦେଇଛନ୍ତି। ତେବେ ପଲ୍ କହିଛନ୍ତି ଯେ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରମାନେ ନିଜର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ପ୍ରସ୍ତୁତ ରଖିବା ଦରକାର। ଏ ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ସତର୍କ କରାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking