ଭୋପାଳ: ମଧ୍ୟପ୍ରଦେଶର ଭିଣ୍ଡ୍ରେ ଗୋରମୀ ଅଞ୍ଚଳରେ ଏକ ଘରେ ନିଆଁ ଲାଗିଯିବା ଫଳରେ ୩ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି । ଏହା ବ୍ୟତୀତ ଅନ୍ୟ ୪ ଜଣ ଗୁରୁତର ଭାବେ ପୋଡ଼ି ଯାଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ୪ ବର୍ଷର ନାବାଳକ, ତା’ର ୧୦ ବର୍ଷର ଭଉଣୀ ଏବଂ ପାଞ୍ଚ ବର୍ଷର ଦାଦାଝିଅ ଭଉଣୀ ସାମିଲ ।
ଅଗ୍ନିକାଣ୍ଡରେ ଆହତ ଘର ମାଲିକ ଅଖିଳେଶ ରାଜପୁତ ଏବଂ ତାଙ୍କ ପତ୍ନୀ ଗୁରୁତର ଅବସ୍ଥାରେ ଗ୍ୱାଲିୟର୍ରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ପୁଅ ଓ ବୋହୂଙ୍କର ଗୋରମୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଚାଲିଥିବା ପୁଲିସ ସୂତ୍ରରୁ ଜଣାଯାଇଛି । ଗ୍ୟାସ୍ ଲିକ୍ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରେ ସନ୍ଦେହ କରାଯାଇଛି ।