24.1 C
Bhubaneswar
Sunday, February 15, 2026
Homeଓଡିଶାଚଳିତବର୍ଷ ଆଗୁଆ ହେବ +୩ ଓ ପିଜି ନାମଲେଖା

ଚଳିତବର୍ଷ ଆଗୁଆ ହେବ +୩ ଓ ପିଜି ନାମଲେଖା

ଭୁବନେଶ୍ୱର: ଚଳିତବର୍ଷ ସ୍ନାତକ ଓ ସ୍ନାତକୋତ୍ତର ନାମଲେଖା ଆଗୁଆ କରାଯିବ। ତେବେ ଜୁଲାଇ ୧୦ରୁ ଶିକ୍ଷାଦାନ ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗର ଯୋଜନା ରଖିଛି। ଏପ୍ରିଲ୍ ୩୦ ସୁଦ୍ଧା ପରୀକ୍ଷା ଓ ଜୁନ ୧ ସୁଦ୍ଧା ସ୍ନାତକ ରେଜଲ୍ଟ ପ୍ରକାଶ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କାରଣ ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ ଓଡ଼ିଶା ପିଲା ଆବେଦନ କରିପାରିବେ। ଏନେଇ ସବୁ ବିଶ୍ୱବିଦ୍ୟାଳୟ କୁଳସଚିବ ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ତେବେ ଜାରି କରାଯାଇଥିବା ଚିଠିରେ ଦର୍ଶାଯାଇଛି ଯେ, ୨୦୨୬-୨୭ ଶିକ୍ଷାବର୍ଷର ପ୍ରଥମ ବର୍ଷ ୟୁଜି ଏବଂ ପି.ଜି ୧୦ ଜୁଲାଇ ୨୦୨୬ରୁ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜୁଲାଇ ୧୦ ରୁ ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ ହେବାକୁ ଯାଉଛି।

ସେହି ଅନୁସାରେ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂଶାସିତ କଲେଜ ଗୁଡ଼ିକୁ ଏପ୍ରିଲ ୩୦ ସୁଦ୍ଧା ୟୁଜି ଶେଷ ସେମିଷ୍ଟର ଏବଂ ପରୀକ୍ଷା ଫଳ ଜୁନ ୧ ତାରିଖ ସୁଦ୍ଧା ପ୍ରକାଶ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଗାମୀ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ପିଜି ପାଠ୍ୟକ୍ରମରେ ପ୍ରବେଶ ପାଇଁ ସିପିଇଟି ପରୀକ୍ଷାର ଆୟୋଜିତ ଏବଂ ଶୀଘ୍ର ପରିଚାଳନା ସୁନିଶ୍ଚିତ କରିବା ପାଇଁ ଗୁରୁତ୍ୱ ଦିଆଯାଇଛି। ପିଜି ପାଠ୍ୟକ୍ରମରେ ପ୍ରବେଶ ପାଇଁ ମାଷ୍ଟର ଡାଟାବେସ୍ ପ୍ରସ୍ତୁତ କରାଯାଉଛି। ବିଭାଗ ଫେବୃଆରୀ ୨୪ ସୁଦ୍ଧା ପିଜି ପାଠ୍ୟକ୍ରମରେ ପ୍ରବେଶ ପାଇଁ ମାଷ୍ଟର ଡାଟାବେସ୍ ଅପଡେଟ୍ କରିବାକୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦେଇଛି। ଶିକ୍ଷାନୁଷ୍ଠାନର ସ୍ଥିତି, ଭିତ୍ତିଭୂମି, ବିଷୟ, ବିଷୟ ଅନୁଯାୟୀ ଗ୍ରହଣ କ୍ଷମତା, ବିଷୟର କାର୍ଯ୍ୟ ପଦ୍ଧତି ଆଦି ପ୍ରତି ଗୁରୁତ୍ୱ ଦିଆଯାଇଛି। ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଇ-ସ୍ପେସରେ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ସହିତ ଜଡିତ ସିଟ୍ ସଂଖ୍ୟାର ଅପଡେସନ୍ କରାଯିବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking