21.1 C
Bhubaneswar
Sunday, January 18, 2026
Homeଦେଶ ବିଦେଶଜମ୍ମୁ-କାଶ୍ମୀରରେ ୩.୫୨ ଲକ୍ଷ ବେରୋଜଗାର

ଜମ୍ମୁ-କାଶ୍ମୀରରେ ୩.୫୨ ଲକ୍ଷ ବେରୋଜଗାର

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ବେରୋଜଗାରୀ ହାର ବୃଦ୍ଧି ପାଇଛି। ଜମ୍ମୁ କାଶ୍ମୀରରେ ସମ୍ପ୍ରତି ୩.୫୨ ଲକ୍ଷ ଯୁବକଯୁବତୀ ବେରୋଜଗାର ଅଛନ୍ତି। ଜମ୍ମୁ କଶ୍ମୀର ସରକାରଙ୍କ ନିଯୁକ୍ତି ନିର୍ଦ୍ଦେଶାଳୟ (ଡିଓଇ) ପକ୍ଷରୁ ଏନେଇ ଏକ ଡାଟା ଜାରି କରାଯାଇଛି। ଏହି ଡାଟା ବା ତଥ୍ୟ ଅନୁଯାୟୀ ୨୦୨୪ର ପ୍ରଥମ ତ୍ରୟମାସିକରେ ରାଜ୍ୟରେ ୩.୫୨ ଲକ୍ଷ ଯୁବକ ବେକାର ଅଛନ୍ତି। ଏଥିମଧ୍ୟରୁ ୧.୦୯ ଲକ୍ଷ ଯୁବକଯୁବତୀ (ମୋଟ୍ ଜନସାଧାରଣଙ୍କ ୩୧%) ସ୍ନାତକ ଏବଂ ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀଧାରୀ ହୋଇ ମଧ୍ୟ ବେରୋଜଗାର ଅଛନ୍ତି। ସେଣ୍ଟର୍ ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମି (ସିଏଫ୍‌ଏମ୍ ଆଇଇ) ରିପୋର୍ଟ ଅନୁଯାୟୀ ଜମ୍ମୁ କାଶ୍ମୀରରେ ବେକାରୀ ହାର ୨୩.୧% ଅଟେ, ଯାହା ସମଗ୍ର ଭାରତରେ ସର୍ବାଧିକ। ଏହି ଆକଳନ ରାଜ୍ୟରେ ବେକାରୀ ସମସ୍ୟାକୁ ଦର୍ଶାଉଛି। ରୋଜଗାର ନିର୍ଦ୍ଦେଶକ ନିସାର ଅହମ୍ମଦ ୱାନୀଙ୍କ ଅନୁଯାୟୀ, ୨୦୨୩ର ଶେଷ ତ୍ରୟମାସରେ ବେକାର ସ୍ନାତକ ଏବଂ ପୋଷ୍ଟ ସ୍ନାତକ ସଂଖ୍ୟା ୧୦,୦୦୦ବୃଦ୍ଧି ପାଇଛି। ତେବେ ଜମ୍ମୁ କାଶ୍ମୀର ସରକାରଙ୍କ ୨୦୨୩ର ଅର୍ଥନୈତିକ ସର୍ଭେରେ ବେକାରୀ ହାରରେ ହ୍ରାସ ଘଟିଛି। ଏହା ୨୦୧୯-୨୦ରେ ୬.୭% ରୁ ୨୦୨୧-୨୨ରେ ୫.୨% କୁ ହ୍ରାସ ପାଇଛି। ଅକ୍ଟୋବର-ଡିସେମ୍ବର ୨୦୨୨ପାଇଁ ତ୍ରୟମାସିକ ସହରୀ ବେକାରୀ ହାର ୧୩.୫% ରେକର୍ଡ ହୋଇଥିବାବେଳେ ଜାତୀୟ ହାରାହାରି ୮.୨% ଥିଲା। ଶିକ୍ଷା, ଆଇନ ପ୍ରଣୟନ ଏବଂ ସାଧାରଣ ପ୍ରଶାସନ ଭଳି କ୍ଷେତ୍ରରେ ୩ଲକ୍ଷରୁ ଅଧିକ ଖାଲି ପଦବୀ ଥାଇ ମଧ୍ୟ ବେକାରୀ ସମସ୍ୟା ଜାରି ରହିଛି। ଯୋଗ୍ୟ ପ୍ରାର୍ଥୀମାନେ ଏହି ଖାଲି ପଦବୀକୁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking