27.1 C
Bhubaneswar
Monday, November 18, 2024
Homeଅପରାଧସାଢ଼େ ୩କୋଟି ବ୍ୟାଙ୍କ ଋଣ ଠକେଇ : ପୂର୍ବତନ ମ୍ୟାନେଜର ସମେତ ୩ଗିରଫ

ସାଢ଼େ ୩କୋଟି ବ୍ୟାଙ୍କ ଋଣ ଠକେଇ : ପୂର୍ବତନ ମ୍ୟାନେଜର ସମେତ ୩ଗିରଫ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ୩କୋଟି ୫୦ଲକ୍ଷ ଟଙ୍କା ବ୍ୟାଙ୍କ ଋଣ ଠକେଇ କରିଥିବା ଅଭିଯୋଗରେ ପିଏନ୍‌ବି ବାପୁଜୀନଗର ଶାଖାର ପୂର୍ବତନ ଚିଫ୍ ମ୍ୟାନେଜରଙ୍କ ସମେତ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ପୂର୍ବତନ ମ୍ୟାନେଜର ବିରେନ୍ଦ୍ର ପଟ୍ଟନାୟକ, ବ୍ୟାଙ୍କର ଫିଲ୍ଡ ଅଫିସର ନରେନ୍ଦ୍ର ନାୟକ ଓ ଏମ୍‌. ଏସ୍ ଏଣ୍ଟରପ୍ରାଇଜର୍ସ ମାଲିକ ପ୍ରକାଶ ବେହେରା ।  ସୂଚନା ଅନୁଯାୟୀ, ୨୦୧୭ ମସିହାରେ ପ୍ରଶାନ୍ତ କୁମାର ମହାପାତ୍ର ନାମକ ଜଣେ ବ୍ୟକ୍ତି ୧୦ଲକ୍ଷ ଟଙ୍କାର ବ୍ୟକ୍ତିଗତ ଋଣ ନେବା ପାଇଁ ପିଏନ୍‌ବି ବାପୁଜୀନଗର ଶାଖାରେ ଆବେଦନ କରିଥିଲେ ।

ଅଭିଯୁକ୍ତମାନେ ତାଙ୍କ କାଗଜପତ୍ରକୁ ବ୍ୟବହାର କରି ବ୍ୟାଙ୍କରୁ ଏମ୍ ଏସ୍ ଲିଙ୍ଗରାଜ ଏଣ୍ଟରପ୍ରାଇଜେସ ଏବଂ ଆଉ କିଛି ସଂସ୍ଥାକୁ ୩କୋଟି ୫୦ଲକ୍ଷ ଟଙ୍କା ବ୍ୟବସାୟ ଋଣ ଦେଇଥିଲେ । ହେଲେ ଉକ୍ତ ସଂସ୍ଥାଗୁଡ଼ିକ ଋଣ ସୁଝିନପାରିବାରୁ ୨୦୧୮ରେ ସମୁଦାୟ ଋଣ ଟଙ୍କା ୩କୋଟି ୬୮ଲକ୍ଷକୁ ବଢ଼ି(ଏନ୍‌ପିଏ)ଯାଇଥିଲା । ଋଣଟଙ୍କା ପୈଠ ନହେବାରୁ ୨୦୧୮ନଭେମ୍ବରରେ ପ୍ରଶାନ୍ତଙ୍କ ପାଖକୁ ବ୍ୟାଙ୍କ ପକ୍ଷରୁ ନୋଟିସ୍ ଯାଇଥିଲା । ଏନେଇ ପ୍ରଶାନ୍ତ ଇଓଡବ୍ଲୁରେ ଅଭିଯୋଗ କରିଥିଲେ । ଇଓଡବ୍ଲୁ ୨୦୨୧ମସିହା ଡିସେମ୍ବର ୮ତାରିଖରେ ପ୍ରାଥମିକ ତଦନ୍ତ କରି  ମାମଲା ରୁଜୁ କରିଥିଲା । ପରେ ତଦନ୍ତରୁ ଜଣାପଡ଼ିଥିଲା ଯେ, ଠକେଇ ଟଙ୍କାରୁ ୧କୋଟି ୫୦ଲକ୍ଷ ମିଡିଲମ୍ୟାନ ପ୍ରକାଶଙ୍କ ପାଖକୁ ଯାଇଛି । ଏପରିକି ଠକେଇ କାରନାମା ବିଷୟରେ ଜଣାନପଡ଼ିବା ପାଇଁ ଅଭିଯୁକ୍ତମାନେ ଠକେଇର ଶିକାର ହୋଇଥିବା ପ୍ରଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୦ଲକ୍ଷ ଟଙ୍କା ପଠାଇ ଦେଇଥିଲେ ।

ତେବେ ଟଙ୍କା ଆସିବାରୁ ଲୋନ୍ ପାଇଥିବା ଭାବି ପ୍ରଶାନ୍ତ ସେତେବେଳେ ଅଭିଯୋଗ କରିନଥିଲେ । ନୋଟିସ୍ ଯିବା ପରେ ତାଙ୍କ ଡକୁମେଣ୍ଟ ବ୍ୟବହାର କରାଯାଇ ଠକେଇ କରାଯାଇଥିବା ଜାଣିବାକୁ ପାଇଥିଲେ । ଉଲ୍ଲେଖଯୋଗ୍ୟ, ଅଭିଯୁକ୍ତମାନେ ପୂର୍ବରୁ ଏହିଭଳି ଭାବେ ୨କୋଟି ୫୦ଲକ୍ଷ ଟଙ୍କାର ଠକେଇ କରିଥିଲେ । ଏନେଇ ଇଓଡବ୍ଲ୍ୟୁରେ ମାମଲା (ନଂ.୭/୨୦୨୦) ରହିଛି । ଏହି ଠକେଇ ମାମଲାରେ ଆଉ କିଛି ଅଭିଯୁକ୍ତ ସମ୍ପୃକ୍ତ ଅଛନ୍ତି । ସେମାନଙ୍କୁ ଚିହ୍ନଟ କରି ଗିରଫ କରିବାକୁ ତଦନ୍ତ ଚାଲୁ ରହିଥିବା ଇଓଡବ୍ଲ୍ୟୁ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking