17.1 C
Bhubaneswar
Monday, November 25, 2024
Homeଓଡିଶାକୃଷି ଉତ୍ପାଦନ ସଂଗଠନ ଯୋଜନାକୁ ୫ ବର୍ଷ ପାଇଁ ୩୧୩.୬୧ କୋଟି; ଚାରି ଜିଲ୍ଲାରେ ୧୦...

କୃଷି ଉତ୍ପାଦନ ସଂଗଠନ ଯୋଜନାକୁ ୫ ବର୍ଷ ପାଇଁ ୩୧୩.୬୧ କୋଟି; ଚାରି ଜିଲ୍ଲାରେ ୧୦ ମେଗା ପାନୀୟ ଜଳ ପ୍ରକଳ୍ପ

ଭୁବନେଶ୍ୱର: କୃଷି ଉତ୍ପାଦନ ସଂଗଠନ ଯୋଜନାକୁ ସହାୟତା ନିମନ୍ତେ ରାଜ୍ୟ ସରକାର ଆସନ୍ତା ୫ ବର୍ଷ ପାଇଁ ୩୧୩.୬୧ କୋଟି ଟଙ୍କା ଦେବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛି । ଏଥିଯୋଗୁଁ ଏକ ହଜାରରୁ ଊର୍ଦ୍ଧ୍ୱ କୃଷକ ଏବଂ ୩ ଲକ୍ଷ ଚାଷୀ ଉପକୃତ ହେବେ । ସେହିପରି ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ପୁଣି ଥରେ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଚାରି ଜିଲ୍ଲାରେ ୧୦ଟି ମେଗା ପାନୀୟ ଜଳ ପ୍ରକଳ୍ପ ହେବ । ସେସବୁ ଜିଲ୍ଲାଗୁଡ଼ିକ ହେଉଛି କଟକ, ବଲାଙ୍ଗିର, କୋରାପୁଟ ଓ ନବରଙ୍ଗପୁର । ଏଥିପାଇଁ ବି କ୍ୟାବିନେଟ୍ ମଞ୍ଜୁରୀ ମିଳିଛି ।
ଲୋକସେବା ଭବନରେ ମୁଖ୍ୟଶାସନ ସଚିବ ପିକେ ଜେନା କହିଥିଲେ, ଚାରି ଜିଲ୍ଲାରେ ୧୦ଟି ମେଗା ପାନୀୟ ଜଳ ପ୍ରକଳ୍ପ ହେବ । କଟକରେ ଗୋଟିଏ, ବଲାଙ୍ଗିରରେ ୬, କୋରାପୁଟ ଓ ନବରଙ୍ଗପୁରରେ ୩ଟି ମେଗା ପାନୀୟ ଜଳ ପ୍ରକଳ୍ପ ଅନ୍ତର୍ଭୁକ୍ତ ।

କଟକ ଜିଲ୍ଲାରେ ୧୫୩.୨୫ କୋଟି ବ୍ୟୟରେ ଗୋଟିଏ ବୃହତ୍ତ ପାନୀୟ ଜଳ ପ୍ରକଳ୍ପ ହେବ । ସାଲେପୁର, ଚୌଦ୍ୱାର ଓ ଆଠଗଡର ୨୩ଟି ପଞ୍ଚାୟତରେ ପାନୀୟ ଜଳ ପହଞ୍ôଚବ । ୧୪୯ ଗାଁ ଲୋକ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ । ସେହିପରି କେରାପୁଟ ଓ ନବରଙ୍ଗପୁରରେ ୪୭୯.୫୦ କୋଟି ବିନିଯୋଗରେ ୩ଟି ବୃହତ୍ତ ପାନୀୟ ଜଳ ପ୍ରକଳ୍ପ ହେବ । ଏଥିଯୋଗୁଁ ୨.୪୬ ଲକ୍ଷ ଲୋକ ଉପକୃତ ହେବେ । ୨୪ ମାସରେ କାର୍ଯ୍ୟ ଶେଷ ହେବ । କମ୍ପାନୀ ୫ବର୍ଷ ପାଇଁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱରେ ରହିବେ । ଶ୍ରୀ ଜେନା କହିଛନ୍ତି ଯେ କେବଳ ବଲାଙ୍ଗିର ଜିଲ୍ଲାରେ ୫୦୪ କୋଟି ଟଙ୍କା ବ୍ୟୟରେ ୬ଟି ମେଗା ମେଗା ପାନୀୟ ଜଳ ପ୍ରକଳ୍ପ ହେବ । ସେହି ପ୍ରକଳ୍ପ ବଲାଙ୍ଗିର, ପୁଇଁତଳା, ଆଗଲପୁର, ଲୋଇସିଂହା, ଦେଓଗାଁ, ତୁରେଇକେଲା ଓ ମୁରିବାହଲରେ କରାଯିବ । ଏଥିଯୋଗୁଁ ୪୬୧ ଗାଁର ପ୍ରାୟ ୩.୬୧ ଲକ୍ଷ ଲୋକ ବିଶୁଦ୍ଧ ପାନୀୟ ଜଳ ପିଇପାରିବେ । ୨୪ ମାସରେ କାର୍ଯ୍ୟ ଶେଷ ହେବ ଏବଂ ଠିକାଦାର କମ୍ପାନୀ ୫ ବର୍ଷ ପାଇଁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱରେ ରହିବ ବୋଲି ସେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking